ନୂଆପଡା: ପୁର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ସ୍ଵର୍ଗବାସ ପରେ ବର୍ତ୍ତମାନ ନୂଆପଡ଼ା ରେ ଚାଲିଛି ଉପନିର୍ବାଚନ । ଏହି ଉପ ନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି ଅନ୍ୟ ୧୧ ଜଣ ପ୍ରାର୍ଥୀ । କିନ୍ତୁ ଲୋକଙ୍କ ମତ ଏହି ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟ ରେ ଲଢେଇ ଜୋରଦାର ହେବ । ଆଜି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଯାହାଙ୍କୁ ଦଳ ନୂଆପଡା ବିଧାନସଭା ଉପ ନିର୍ବାଚନରେ ନିର୍ବାଚନ ସହ ପ୍ରମୁଖ ଦାୟୀତ୍ୱ ଦେଇଛି ସେ ବିଜେଡି ଓ କଂଗ୍ରେସ ଦଳକୁ କଟାକ୍ଷ କାରି କହିଛନ୍ତି ଯେ ନିର୍ବାଚନ ଆରମ୍ଭରୁ ଆମେ ମହାବିଜୟ ର ସ୍ଥିତିରେ ଅଛୁ । ବିଜେଡି ତାର ପ୍ରାର୍ଥୀ ଘୋଷଣା କଲା ପରେ ଜଣା ପଡୁଛି ସେ ନିର୍ବାଚନରୁ ଓହରି ଗଲାଣି । ଦୀର୍ଘ ୫୫ ବର୍ଷର କଂଗ୍ରେସ ଶାସନ କାଳରେ ହୋଇ ଥିବା ଦୁର୍ନୀତି ଭାଷ୍ଟାଚାର ଓ ବଂଶବାଦ ରାଜନୀତିକୁ ଲୋକେ ଭୁଲି ନାହାଁନ୍ତି । ତେଣୁ ବିଜେପିର ବିଜୟ ସତ୍ ପ୍ରତିଶତ ସୁନିଶ୍ଚିତ । ଆମେ ଲୋକଙ୍କ ପାଇଁ କାମ କରିବୁ ଏ ବିଶ୍ୱାସ ଲୋକଙ୍କର ଅଛି ।ପୂର୍ବରୁ ରାଜ୍ୟବସୀ ୨୪ ବର୍ଷର ବିଜେଡି ଶାସନ ଦେଖିଛନ୍ତି ଓ ଏବେ ୧୬ ମାସର ବିଜେପି ସରକାରକୁ ଲୋକ ଦେଖୁଛନ୍ତି। ଲୋକ ସବୁ ଜାଣିଛନ୍ତି ଓ ଲୋକ ବିକାଶକୁ ହିଁ ଭୋଟ ଦେବେ । ନିର୍ବାଚନ ରେ ମାଇକ୍ରୋ ମ୍ୟାନେଜମେଣ୍ଟ ସବୁବେଳେ ଲାଭ ଦିଏ ଏବଂ ଏଥର ମଧ୍ୟ ବିଜେପି କୁ ଲାଭ ଦେବ । ଆମେ କୌଣସି ପ୍ରାର୍ଥୀଙ୍କୁ ଆରୋପ କରୁନୁ । ବିଜେଡି ନିର୍ବାଚନରୁ ଓହରି ଯାଇଅଛି ଓ ଏକ ମିଛ ଲଢେଇ ଲଢ଼ୁଛି ।
ଏଥର ନୂଆପଡା ଉପ ନିର୍ବାଚନରେ ବିଜେପି ଏତିହାସିକ ବିଜୟ ଲାଭ କରିବାକୁ ଯାଉଛି । ଶ୍ରୀ ମିଶ୍ର ଆହୁରି ମଧ୍ଯ କହିଛନ୍ତି ଯେ କେନ୍ଦ୍ରରେ ମୋଦୀ ଜି ଙ୍କ ର ନେତୃତ୍ୱ ରେ ଚାଲୁଥିବା ସରକାର ଓ ରାଜ୍ୟ ରେ ଚାଲୁଥିବା ମୋହନ ମାଝୀ ଙ୍କ ର ସରକାର ର ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଲୋକଙ୍କୁ ଆକର୍ଷିତ କରୁଛି । ୨୦୪୭ ସୁଦ୍ଧା ବିକିଶିତ ଭାରତ ଓ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ନୂଆପଡାବସୀ ନିଜର ବହୁ ମୂଲ୍ୟ ଅଂଶୀଦାର ପ୍ରଦାନ କରିବାକୁ ମନସ୍ଥ କଲେଣି ।ନୂଆପଡାକୁ ଏକ ବିକଶିତ ଓ ଆଗ ଧାଡିର ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜୟ ଢୋଲକିଆଙ୍କର ବିଜୟ ନିଶ୍ଚିତ ଭାବେ ଆବଶ୍ୟକ ରହିଛି । ଏଣୁ ଏହି ନିର୍ବାଚନରେ ବିଜେପି ଏକ ବହୁ ବଡ଼ ବ୍ୟବଧାନରେ ନିର୍ବାଚନ ଜିତିବ ବୋଲି ଲୋକ ମାନେ ମତ ପୋଷଣ ମଧ୍ଯ କରୁଛନ୍ତି । ଏହି ନିର୍ବାଚନରେ ଆମେ ଗୋଲଡ଼ ମେଡାଲର ସ୍ଥିତିରେ ଅଛୁ । ସିଲଭର ଓ ବ୍ରୋଞ୍ଜ ପାଇଁ ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଲଢେଇ ହେବ ।










