28.9 C
Bhubaneswar
Sunday, June 21, 2026
Homeଦେଶ ବିଦେଶକାର ଉପରେ ଓଲଟିଲା ଟ୍ରକ: ୨ ମୃତ

କାର ଉପରେ ଓଲଟିଲା ଟ୍ରକ: ୨ ମୃତ

ନୂଆଦିଲ୍ଲୀ :ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାରେ ଧାନ ବସ୍ତା ବୋଝେଇ ଟ୍ରଲର ଟ୍ରକ୍ ଏକ ଚଳନ୍ତା କାର ଉପରେ ଓଲଟି ପଡ଼ିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । କଲ୍ୟାଣପୁର ପୋଲିସ ଷ୍ଟେସନର ଜଣେ ଅଧିକାରୀ ସୋମବାର ଦିନ କହିଛନ୍ତି ଯେ ଚୌଦଗରା-ବିନ୍ଦକି ରାସ୍ତାର ପାହୁର ମୋଡ଼ ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ଯେତେବେଳେ ଧାନ ବସ୍ତା ବୋଝେଇ ଏକ ଟ୍ରଲର ଟ୍ରକ୍ ନିୟନ୍ତ୍ରଣ ବାହାରକୁ ଯାଇ ଏକ ଚଳନ୍ତା କାର ଉପରେ ଓଲଟି ପଡ଼ିଛି।  ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ କାରର ଯାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଗାଡ଼ିକୁ ଜବତ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking