21.1 C
Bhubaneswar
Friday, February 6, 2026
Homeଓଡିଶା୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋଟିଏ ପଟେ ମାଓବାଦୀଙ୍କ ଆତ୍ମସମର୍ପଣ ପର୍ବ ଚାଲିଥିବା ବେଳେ ଅନ୍ୟପଟେ ନକ୍ସଲ ଏବେ ବି ନିଜର ଦବଦବା ରହିଥିବା ନେଇ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ବିଜାପୁର ଜିଲ୍ଲାର ଅସୁର ଥାନା ଅନ୍ତର୍ଗତ ନେଲାକାଂକେର ଗ୍ରାମର ଦୁଇ ଗ୍ରାମବାସୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ନେଲା କାଂକେର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ରବି କୁଟ୍ଟୁମ ଏବଂ ତିରୁପତି ସୋଡି ନାମକ ଦୁଇ ଗ୍ରାମବାସୀଙ୍କୁ ଖୋଜିଥିଲେ। ଗ୍ରାମବାସୀ ରାତିରେ ନକ୍ସଲଙ୍କୁ ଗାଁରୁ ତଡିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ନକ୍ସଲ ସମସ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ରବୀ ଏବଂ ତିରୁପତିଙ୍କୁ ଘରୁ ଟାଣି ଆଣି ସମସ୍ତଙ୍କ ସାମ୍ନାରେ ହତ୍ୟା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking