ବାଲେଶ୍ୱର: ସାମ୍ବାବ୍ୟ ବାତ୍ୟା ପାଇଁ ବାଲେଶ୍ୱରରେ ଛୁଟି ବାତିଲ କରାଯାଇଛି । ସରକାରୀଙ୍କ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ପରିସ୍ଥିତି ନିୟନ୍ତ୍ରଣାଧିନ ହେବା ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ପାଇଁ ଗଌଶଗ୍ଧ;୍ଜାମରେ ୨୫ରୁ ୩୦ ଯାଏଁ ଛୁଟି ବାତିଲ । ମୁଖ୍ୟାଳୟ ଛାଡି କେହି ନଯିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । । ୨୮ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡା ପାଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ ।










