27.1 C
Bhubaneswar
Saturday, December 6, 2025
Homeଓଡିଶାନୂତନ ପଦ୍ଧତିରେ ମା’ ଏବଂ ଶିଶୁର ଜୀବନ ବଂଚାଇଲେ ସମ ହସ୍ପିଟାଲ୍ କ୍ୟାମ୍ପସ-୨

ନୂତନ ପଦ୍ଧତିରେ ମା’ ଏବଂ ଶିଶୁର ଜୀବନ ବଂଚାଇଲେ ସମ ହସ୍ପିଟାଲ୍ କ୍ୟାମ୍ପସ-୨

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ – ୨, ଫୁଲନଖରା । ହସ୍ପିଟାଲ୍‌ର ଡାକ୍ତରୀ ଟିମ୍ ଓଡ଼ିଶାରେ ପ୍ରଥମ ଥର ପାଇଁ ହାଇବ୍ରିଡ ପ୍ରକ୍ର୍ରିୟାରେ ଜଣେ ମହିଳା ଏବଂ ତାଙ୍କ ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ଜଣେ ୩୦ ସପ୍ତାହର ଗର୍ଭବତୀ ମହିଳା ଜଟିଳ ପ୍ଲାସେଂଟା ଇନ୍‌କ୍ରେଟା ସିଣ୍ଡ୍ରୋମ ସମସ୍ୟାରେ ପୀଡ଼ିତ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥିବା ବେଳେ ଇନ୍‌ଟରଭେନ୍‌ସନାଲ୍ ରେଡିଓଲଜି ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ଅଭିନବ ହାଇବ୍ରିଡ ପ୍ରକ୍ରିୟାରେ ମହିଳା ଓ ଶିଶୁଟିର ଚିକିତ୍ସା କରିବାର ନିଷ୍ପତି ନେଇଥିଲେ ।

ଡାକ୍ତରୀ ଟିମ୍ ଗୋଟିଏ ଟେବୁଲରେ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ ଏବଂ ଲୋୟର ସେଗ୍‌ମେଂଟ ସିଜରିଆନ୍ ସେକ୍ସନ୍ (ଏଲ୍‌ଏସ୍‌ସିଏସ୍‌) ପ୍ରକ୍ରିୟା, ଯାହାକୁ କି ହାଇବ୍ରିଡ୍ ପଦ୍ଧତି କୁହାଯାଏ, ତାହାକୁ କାର୍ଯ୍ୟକାରୀ କରିଥିଲେ । ଏହି ବୈଷୟିକ ଜ୍ଞାନ କୌଶଳରେ ମା’ର ଗର୍ଭାଶୟକୁ ଭବିଷ୍ୟତର ଗର୍ଭଧାରଣ କରିବା ପାଇଁ ସୁରକ୍ଷିତ ରଖାଯାଇପାରିଥିଲା । ଉଲ୍ଲେଖନୀୟ ଯେ ମହିଳା ଜଣକର ପୂର୍ବରୁ ୨ଟି ଗର୍ଭ ନଷ୍ଟ ହୋଇଥିବା ବେଳେ ତାଙ୍କର କୌଣସି ସନ୍ତାନ ନଥିଲେ । ଏହି ପ୍ରକ୍ରିୟାର ଏକ ସପ୍ତାହ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ଏହି ଜଟିଳ ପ୍ରକ୍ରିୟାଟିରେ ଡାକ୍ତର ଶ୍ରୀକାନ୍ତ ସୁନ୍ଦରାଙ୍କ ନେତୃତ୍ୱରେ ଇନ୍‌ଟରଭେନ୍‌ସନାଲ ରେଡିଓଲଜି ଟିମ୍ ଏବଂ ଡାକ୍ତର ସୁନୀତା ମିଶ୍ରଙ୍କ ନେତୃତ୍ୱରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଟିମ୍ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଠାରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨ର ଇନ୍‌ଟରଭେନ୍‌ସନାଲ୍ ରେଡିଓଲଜି ସେବା ଆରମ୍ଭ ହୋଇଛି । ହସ୍ପିଟାଲ ପକ୍ଷରୁ ଡାକ୍ତର ସୁନ୍ଦରାଙ୍କ ନେତୃତ୍ୱରେ ମେଡିକାଲ୍ ଟିମ୍ ନ୍ୟୁରୋ, ଷ୍ଟ୍ରୋକ୍ ଏବଂ ପେରିଫେରାଲ୍ ଇନ୍‌ଟରଭେନ୍‌ସନ୍ କ୍ଷେତ୍ରରେ ଅତ୍ୟାଧୁନିକ ମିନିମାଲି ଇନ୍‌ଭେସିଭ୍ ‘ପିନ୍‌ହୋଲ୍‌’ ପ୍ରକ୍ରିୟା ସମ୍ପାଦନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking