ଭୁବନେଶ୍ୱର: ଝାରପଡ଼ା ଜେଲ୍ରୁ ବାହାରିଲେ ଅମରେଶ ଜେନା । ହାଇକୋର୍ଟରୁ ଜାମିନ ମିଳିବା ପରେ ଜେଲ୍ରୁ ବାହାରିଲେ । ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ । ସମର୍ଥକ ମାନେ ପାଛୋଟି ନେବା ବେଳେ ରଖିଲେ ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଇ ଅମରେଶ ଜେନା କହିଲେ ଯେ ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ନ୍ୟାୟଳୟ ଉପରେ ମୋର ପୂରା ଭରସା ଅଛି, ନ୍ୟାୟ ପାଇବି ।










