ଭୁବନେଶ୍ୱର: ରାବଣ, ବିଭୀଷଣ ଉପାଖ୍ୟାନ ଉଠାଇ ଶ୍ରୀମୟୀ ପୁଣିଥରେ ନିଶାନା କରିଛନ୍ତି । ବିଭୀଷଣଙ୍କ ନିଷ୍ଠାର ଉପଦେଶ ନମାନିବାର ଫଳ ଭୋଗିଲା ରାବଣ । ଅହଂକାରୀ ରାବଣ ଭାଇ ବିଭୀଷଣଙ୍କୁ ଶତ୍ରୁର ସେବକ କହି ବିଦା କଲା । ବିଭୀଷଣ ଲଙ୍କା ଛାଡି ପ୍ରଭୁ ଶ୍ରୀରାମଙ୍କ ଶରଣାଗତ ହେଲେ । ପରେ ରାମ- ରାବଣ ଯୁଦ୍ଧରେ ରାବଣର ମୃତ୍ୟୁ ଅନିବାର୍ଯ୍ୟ ହେଲା । ଅହଂକାର ଓ ଭୁଲ ନିଷ୍ପତ୍ତି ମହାନ ସାମ୍ରାଜ୍ୟର ବିନାଶ ଘଟାଇପାରେ । ମାତ୍ର ପରୋକ୍ଷ ନିଶାନା ନେଇ ଶ୍ରୀମୟୀ କିଛି ସ୍ପଷ୍ଟ କରିନାହାନ୍ତି ।










