27.1 C
Bhubaneswar
Wednesday, February 4, 2026
Homeଓଡିଶାଦୁର୍ଘଟଣା ନୁହେଁ: ଅପର୍ଣ୍ଣାଙ୍କୁ ହତ୍ୟା କରିଥିଲା ଦୀପକ

ଦୁର୍ଘଟଣା ନୁହେଁ: ଅପର୍ଣ୍ଣାଙ୍କୁ ହତ୍ୟା କରିଥିଲା ଦୀପକ

ଭୁବନେଶ୍ବର: କନେଷ୍ଟବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମାମଲାରେ ପୁଲିସ ହାତରେ ଲାଗିଛି ହତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇଥିଲା। ଆଉ ହତ୍ୟାକାଣ୍ଡ ଘଟାଇଥିଲେ ସ୍ୱାମୀ ଦୀପକ ରାଉତ।ଖୁବଶୀଘ୍ର ଦୀପକ ରାଉତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଜଣାଯାଇଛି।ଗତକାଲି ଝାରପଡ଼ା ଜେଲରେ ଦୀପକଙ୍କୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ କଥା ପୁଲିସ ନିକଟରେ କହିଛି ଦୀପକ। କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ। ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋରପୁର ଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପୁଲିସ ଆଗରେ କହିଥିଲା ଦୀପକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking