20.1 C
Bhubaneswar
Thursday, February 12, 2026
Homeଓଡିଶାଆସନ୍ତାକାଲି ଅବପାତ ରୂପ ନେବ ଲଘୁଚାପ

ଆସନ୍ତାକାଲି ଅବପାତ ରୂପ ନେବ ଲଘୁଚାପ

ଭୁବନେଶ୍ୱର : ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଦିଗ କରି ଆସନ୍ତାକାଲି (୨୨ ଅକ୍ଟୋବର) ଅପରାହ୍ଣ ସୁଦ୍ଧା ଅବପାତରେ ପରିଣତ ହେବ। ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବ। ପରବର୍ତ୍ତି ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର। ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆଗାମୀ ୫-୭ ଦିନ ରହିବ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ। ବିଜୁଳି, ଘଡ଼ଘଡ଼ି ଓ ଝଟକା ପବନ ସମ୍ଭାବନା ଥିବା ବେଳେ ଏହି ସମୟରେ ଚାଷୀଙ୍କୁ ସାବଧାନତା ଅବଲମ୍ବନ ସହ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ତେବେ ବୁଧବାର ସକାଳ ସାଢ଼େ ୮ଟା ସୁଦ୍ଧା ଦକ୍ଷିଣ ଓଡ଼ିଶାର ଓ ଉପକୂଳ ଓଡ଼ିଶାର ୨୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ବିଜୁଳି ଘଡ଼ଘଡ଼ି ବର୍ଷା ସହ ଝଟକା ପବନ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ବହିପାରେ। ମାଲକାନଗିରି, କୋରାପୁଟ ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ମଧ୍ୟରେ ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେହିପରି ଆସନ୍ତା ୨୪ରୁ ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪, ଅକ୍ଟୋବର ୨୫ ଓ ଅକ୍ଟୋବର ୨୬ରେ ବର୍ଷା ବଢିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୂସାରେ, ‘ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ୨୪ ଘଣ୍ଟା ପରେ ଅବପାତର ରୂପ ନେବ। ଏହା ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି।

ଆଗକୁ ପୁଣି ୨ ଲଘୁଚାପ, ବାତ୍ୟା ସମ୍ଭାବନା
ବଙ୍ଗୋପସାଗରରେ ପୁଣି ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଉଛି। ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପ୍ରକୋପ ଯଦି ବେଶୀ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ, କମ୍ ହେଲେ ବି ତା’ର ମୁକାବିଲା କରାଯିବ। ଲୋକମାନେ ବିଚଳିତ ନ ହେବାକୁ ରାଜସ୍ୱ ମନ୍ତ୍ରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,” ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବା ଆକଳନ କରାଯାଉଛି। ଆମେରିକୀୟ ସଂସ୍ଥା ମଧ୍ୟ ବାତ୍ୟା ଆକଳନ କରୁଛି। ସେମାନଙ୍କ ଆକଳନ ଓ ଆଇଏମ୍‌ଡିର ଆକଳନ ଭିତରେ ଖାଲି ଏତିକି ଫରକ ଆମେରିକୀୟ ସଂସ୍ଥା ଏହାର ପ୍ରଭାବ ଓଡ଼ିଶାରେ ଅଧିକ ହେବ ବୋଲି ଆକଳନ କରୁଛି। ଏହାର ପ୍ରକୋପ କେତେ ହେବ ତାହା ଜରୁରୀ ନୁହଁ ଏଥି ପାଇଁ ପ୍ରସ୍ତୁତି ଜରୁରୀ। ଯଦି ଆକଳନ ବେଶୀ କରିଥିଲେ ପ୍ରଭାବ କମ୍ ହେବ ତାହାଲେ କିଛି ଅସୁବିଧା ନାହିଁ। ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିପାଇଁ ପ୍ରସ୍ତୁତ ଅଛି। ସବୁ ଜିଲ୍ଲା ପ୍ରଶାସନକୁ ଆମେ ଏନେଇ ସତର୍କ କରାଇ ଦେଇଛୁ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନାକରି ଅଭ୍ୟସ୍ତ ହୋଇଗଲୁଣି। ତେଣୁ ସମସ୍ତ ପ୍ରକାର ପ୍ରସ୍ତୁତି ଆମେ କରିଛୁ। ପ୍ରକୋପ ଅଧିକ ହେଲେ ପ୍ରସ୍ତୁତ, କମ୍ ହେଲେ ବି ପ୍ରସ୍ତୁତ। ତେଣୁ ରାଜ୍ୟବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ୧୯୯୯ ମସିହାର ପରିସ୍ଥିତି ଆସିବ ନାହିଁ। ଯେଉଁବି ପରିସ୍ଥିତି ଆସିବ ସପଳତାର ସହ ସାମ୍ନା କରିବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking