34.7 C
Bhubaneswar
Wednesday, April 22, 2026
Homeଓଡିଶାମହିଳାଙ୍କ ଓଠ ଛିଣ୍ଡାଇ ଦେଲା ବୁଲା କୁକୁର

ମହିଳାଙ୍କ ଓଠ ଛିଣ୍ଡାଇ ଦେଲା ବୁଲା କୁକୁର

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଗମ୍ଭାରିଗୁଡ଼ା ଗାଁରେ ପୁଣି ଥରେ ବୁଲା କୁକୁର ଆତଙ୍କ ଖେଳାଇଛି। ଗତକାଲି ଗାଁର ଦୁଇ ଜଣ ମହିଳାଙ୍କୁ ଆକ୍ରମଣ କରିଛି। ପ୍ରଥମେ ମଦନା ସାହୁ ଖାଇ ସାରି ବାସନ ଧୋଉଥିବା ବେଳେ ପଛରୁ ଆସି ପିଚାରେ କମୁଡ଼ିଥିଲା। ତା ପରେ ରମଣୀ ସାହୁଙ୍କ ମୁହଁକୁ ଏଇଭଳି ଅତର୍କିତ ଆକ୍ରମଣ କରିଛି ଯେ ତାଙ୍କର ଉପର ଓଠ ଦୁଇଫାଳ ହୋଇ ଝୁଲି ରହିଛି। ଦେଖଣାହାରୀମାନେ ଏହାକୁ ଭାଲୁ ଆକ୍ରମଣରୁ ମଧ୍ୟ ଅଧିକ ନୃଶଂସ ବୋଲି କହିଛନ୍ତି। ଘଟଣାର ଭୟାବହତାକୁ ଦେଖି ଶ୍ରୀମତୀ ସାହୁଙ୍କୁ ପ୍ରଥମେ ଧର୍ମଗଡ଼ ଏବଂ ପରେ ଭବାନିପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଦିନରେ କୁକୁର ଆକ୍ରମଣର ଦୁଇଟି ଘଟଣା ପରେ ଗମ୍ଭାରିଗୁଡା ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ସୂଚନା ଥାଉକି ଗତବର୍ଷ କୁକୁର କାମୁଡ଼ାରେ ଗ୍ରାମର ରୁଦ୍ର ନାରାୟଣ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଗୁରୁତର ଆହତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking