କଟକ: କଟକରେ ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ସଦର ଥାନା ଉତ୍ତମାପୁରର ନିଶା ମୁକ୍ତି କେନ୍ଦ୍ରରେ ମୃତଦେହ ଉଦ୍ଦାର କରାଯାଇଛି । ତେବେ ଯୁବକଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ତାଙ୍କର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ମୃତକ ଖୋର୍ଦ୍ଧା ଅଞ୍ଚଳର ବୋଲି କୁହାଯାଇଛି । ମୃତ ଯୁବକ ତିନି ମାସ ପୂର୍ବେ ନିଶା ମୁକ୍ତି କେନ୍ଦ୍ରକୁ ଆସିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ ୪ ଜଣଙ୍କୁ ପୋଲିସ ଅଟକ ରଖିଛି । ସମସ୍ତେ ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ବୋଲି ସୂଚନା ମିଳିଛି । ତେବେ ଏନେଇ ପୋଲିସ କିମ୍ବା ନିଶା ମୁକ୍ତି କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।









