22.1 C
Bhubaneswar
Friday, February 6, 2026
Homeଓଡିଶାଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ଦଳ ଗୋହତ୍ୟା ପାଇଁ ଦାୟୀ

ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ଦଳ ଗୋହତ୍ୟା ପାଇଁ ଦାୟୀ

ଭୁବନେଶ୍ୱର: ଗତକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ବ୍ୟାପକ ଆୟୋଜନ ହୋଇଥିଲେ ମଧ୍ୟ ଲୋକ ନ ହେବାରୁ ହତାଶ ହୋଇ ବିଜେପି ଦଳ ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଫୋପାଡ଼ି ଦେଇଥିଲା ଏବଂ ଏହି ଖାଦ୍ୟ ଖାଇ ୨୦ଟି ଗୋମାତା ମୃତୁ୍ୟବରଣ କରିଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ, କମ୍ ସଂଖ୍ୟକ ଲୋକଙ୍କ ଉପସ୍ଥିତି ବିଜେପି ଦଳକୁ ନିରାଶ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସଭା ଚାଲିଥିବା ବେଳେ ଲୋକମାନେ ଉଠି ଚାଲିଯିବା ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ଯେ, ବିଜେପି ଉପରେ ନୂଆପଡ଼ାବାସୀଙ୍କ ଭରସା ନାହିଁ । ତେଣୁ ହତାଶ ହୋଇ ବିଜେପି ଦଳ ବଳକା ଖାଦ୍ୟକୁ ପୋତିବା ପରିବର୍ତ୍ତେ ଫୋପାଡ଼ି ଦେଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଗୃହପାଳିତ ପଶୁ ଏହାକୁ ଖାଇ ଅସୁସ୍ଥ ହୋଇପଡ଼ିଥିଲେ, ପରିଣାମ ସ୍ୱରୂପ ୨୦ଟି ଅମୂଲ୍ୟ ପଶୁ ସମ୍ପଦ ମୃତୁ୍ୟବରଣ କଲେ । ଏହି ପଶୁ ସମ୍ପଦ ଦ୍ୱାରା ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ଚାଲିଯାଇଛି । ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ଦଳର ଅସଲ ସ୍ୱରୂପ ନୂଆପଡ଼ାବାସୀ ଦେଖିଲେ । ଏହି ଅମାନବୀୟ ଘଟଣା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରାଜନୀତି ଭିତରେ ମାନବିକତା ରହିବା ଦରକାର । ବିଜେପି ଦଳର ଦାୟିତ୍ୱହୀନତା ଲାଗି ଯେଉଁ ବହୁମୂଲ୍ୟ ପଶୁ ସମ୍ପଦ ହାନୀ ଘଟିଲା, ତାହା ନୂଆପଡ଼ାବାସୀଙ୍କ ମନକୁ ଗଭୀର ଆଘାତ ଦେଇଛି । ତାହାର କେବେ ବି କ୍ଷତିଭରଣା ହୋଇପାରିବ ନାହିଁ । ଭବିଷ୍ୟତରେ ଏହିଭଳି ଅମାନବୀୟ ଘଟଣାର ପୁନରାବୃତ୍ତି ଯେଭଳି ନ ହେବ, ସେଥିପ୍ରତି ବିଜେପି ଦଳ ସମ୍ବେଦନଶୀଳ ହେବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking