ଉଦଳା: ଜଳପ୍ରପାତରେ ବୁଡି ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖୁଣ୍ଟା ଥାନା ଟୁଙ୍କି ଜଳପ୍ରପାତରେ ବୁଡି ଛାତ୍ର ଜଣକ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ସାଙ୍ଗ ସହ ଜଳପ୍ରପାତରେ ଗାଧୋଉଥିବା ବେଳେ ବୁଡିଗଲେ ଛାତ୍ର । ମୃତ ଛାତ୍ର ଜଣକ ବାରିପଦା ଅଞ୍ଚଳର ବୋଲି ସୂଚନା ମିଳିଛି । ଲକ୍ଷ୍ମୀପୋଷ ସ୍ଥିତ ସରକାରୀ ଡିପ୍ଲୋମା କଲେଜରେ ପଢୁଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










