20.1 C
Bhubaneswar
Saturday, December 6, 2025
Homeଓଡିଶାସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

ସୁନ୍ଦରଗଡ଼:ସ୍ତ୍ରୀଙ୍କର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ରାତିରେ  ମଦ ପିଇ ସ୍ତ୍ରୀ ସହିତ ଝଗଡ଼ା ପରେ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ।
କିଞ୍ଜିରକେଲା ଥାନା ବନ୍ଧବାହାଲ ନିକଟ ଗାଇଡେଗା ସୀମାପରାର ଘଟଣା। ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ। ମୃତା ହେଲେ ସଞ୍ଜୁ ତନ୍ତୀ । ଅଭିଯୁକ୍ତ ସ୍ବାମୀ ଅର୍ଜୁନ ସିଂ । ମଦ୍ୟପ ଅର୍ଜୁନ ସବୁବେଳେ ମଦ ପିଇ ଘରକୁ ଆସି ସ୍ତ୍ରୀ ସହ ଝଗଡ଼ା ଓ ମାଡ଼ପିଟ କରିଥାନ୍ତି।
ଗତକାଲି ରାତିରେ ସେ ମଦ ନିଶାରେ ଆସି ସ୍ତ୍ରୀ ସହ ଝଗଡ଼ା କରିଥିଲେ। ଅତିଷ୍ଠା ସ୍ତ୍ରୀ ଏହାର ପ୍ରତିବାଦ କରିଥିଲେ । ପରେ ସେ ନିଜ ସ୍ତ୍ରୀର ତଣ୍ଟିଚିପି ହତ୍ଯା କରିଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking