ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଆଗରେ ଉତ୍ତେଜନା । ଶେରଗଡ ବ୍ଲକ ଯୁବ ବିଜେଡି ସଭାପତିଙ୍କୁ ଗିରଫ ଦାବିରେ ହୋହଲ୍ଲା କରିଛନ୍ତି ବିକ୍ଷୋଭକାରୀ । ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ ଅଭିଯୁକ୍ତକୁ ଛାଡିବାକୁ ବିଜେଡିକର୍ମୀଙ୍କ ବିକ୍ଷୋଭ । ଗତ ଜୁଲାଇ ୨୫ ତାରିଖରେ ଶେରଗଡ ଥାନା ଅନ୍ତର୍ଗତ ଧନନ୍ତର ଗାଁର ବିଜେପି ନେତା ନିରଞ୍ଜନ ଜେନା ଓରଫ କାଳିଆ ଜେନାଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ଶେରଗଡ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ । ସନ୍ତୋଷକୁ ବିନା ସର୍ତ୍ତରେ ଛାଡିବାକୁ ବିକ୍ଷୋଭକାରୀମାନେ ଥାନା ଆଗରେ ଧାରଣା ଦେଇଛନ୍ତି । ପରିସ୍ଥିତି ଅଣାୟତ ହୋଇପଡିଥିବା ବେଳେ ବିଭିନ୍ନ ଥାନାରୁ ଫୋର୍ସ ମଗାଯାଇଛି । ହତ୍ୟା ଉଦ୍ୟମ ମାମଲାରେ ମୋଟ ୧୧ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।










