27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆତ୍ମସମର୍ପଣ କଲେ ୬୦ ମାଓବାଦୀ

ଆତ୍ମସମର୍ପଣ କଲେ ୬୦ ମାଓବାଦୀ

ନୂଆଦିଲ୍ଲୀ: ନକ୍ସଲ ସଂଗଠନକୁ ବଡ଼ ଝଟକା। ଏକ ସାଙ୍ଗରେ ୬୦ଜଣ ମାଓବାଦୀ କଲେ ଆତ୍ମସମର୍ପଣ। ଆରମ୍ଭ ହେଲା ମାଓବାଦୀଙ୍କ ଅସ୍ତ୍ର ତ୍ୟାଗ ପ୍ରକ୍ରିୟା । ସିସି ମେମ୍ବର ମଲ୍ଲାଜୁଲା ବେଣୁଗୋପାଳଙ୍କ ସମେତ ୬୦ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ବେଣୁଗୋପାଳ ଓରଫ ସୋନୁ ଦାଦା ଓରଫ ଭୂପତି ଓରଫ ଅଭୟ । ଏଭଳି ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲା ବେଣୁଗୋପାଳ। ତାଙ୍କ ନାମରେ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ୬୦ଜଣ ମାଓବାଦୀ ଗଡ଼ଚିରୌଲି ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ୫୦ଟି ଅସ୍ତ୍ରଶସ୍ତ୍ର ସହ ସେମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଆତ୍ମସମର୍ପଣ ପୂର୍ବରୁ ସୋନୁ ଦାଦା ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିବୁ ବୋଲି ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking