31.1 C
Bhubaneswar
Tuesday, March 24, 2026
Homeଓଡିଶାନଦୀରେ ବୁଡି ଯୁବକ ନିଖୋଜ

ନଦୀରେ ବୁଡି ଯୁବକ ନିଖୋଜ

କଟକ: କଟକ ବୟାଳିଶି ମୌଜା ବସନ୍ତ କୁଣ୍‌ଳୀ ଗାଁ ରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସିଢୁଆ ନଦୀରେ ଦୁଇ ନାବାଳକ ବୁଡି ଯାଇଥିବା ନେଇ ମିଳିଛି ସୂଚନା। ଦୁଇ ନାବାଳକଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକକୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି। ସୂଚନା ଅନୁଯାୟୀ, ବସନ୍ତ କୁଣ୍ଡଳ ଗାଁ ନିକଟରେ କିଛି ନାବାଳକ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ନଦୀରେ ବୁଡ଼ିଯାଇଥିଲେ । ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ବୁଡ଼ିଯାଉଥିବା ନାବାଳଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିଥିଲେ । ଆଉ ଜଣେ ନିଖୋଜ ଅଛନ୍ତି । ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ନିଖୋଜ ନାବାଳକ ଜଣକ ଓମ୍‌ ପ୍ରକାଶ ବାରିକ ବୋଲି ଚିହ୍ନଟ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking