30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା: ମମତାଙ୍କ ଅହଙ୍କାର

ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା: ମମତାଙ୍କ ଅହଙ୍କାର

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀଙ୍କ ଗଣଦୁଷ୍କର୍ମ ମାମଲାରେ ଗଣମାଧ୍ୟମକୁ ଜବାବ ଦେବେନି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ପ୍ରସଙ୍ଗରେ ପଚାରିବାରୁ କହିଲେ ‘ମୋତେ ପଚାରନି ପୋଲିସକୁ ପଚାର ।’ ଉତ୍ତର କମ୍ ରଖି ପାଲଟା ଦୋଷ ଲଦିଲେ ମମତା । ଓଡିଶାର ତଥ୍ୟ ନଜାଣି ପାଲଟା ଅଭିଯୋଗ କରିଛନ୍ତି ମମତା । ଅଜବ ଯୁକ୍ତି କରି ଓଡିଶାରେ ବି ଦୁଷ୍କର୍ମ ହେଉଛି କହି ନିଜ ଦୋଷ ଲୁଚାଇଦେଲେ । ଓଡିଶା ବାବଦରେ ମିଛ ତଥ୍ୟ ମଧ୍ୟ ଦେଲେ । ଏମିତି କିଛି ଘଟଣା ଓଡିଶାରେ ଘଟିନଥିବା ବେଳେ ମମତା ଅଭିଯୋଗ କରି ୩ ସପ୍ତାହ ତଳେ ସମୁଦ୍ରକୂଳରେ ୩ଟି ରେପ୍ ହୋଇଥିବା ନେଇ ମିଛ କହିଲେ । ଏହା ସହ ସେ ରାତିରେ କାହିଁକି କ୍ୟାମ୍ପସରୁ ବାହାରୁଛ ବୋଲି ଛତ୍ରୀଙ୍କୁ ପ୍ରଶ୍ନ କଲେ । ନିଜେ ଜଣେ ମହିଳା ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ରାତିରେ କ୍ୟାମ୍ପସରୁ ବାହାରନ୍ତୁନି ବୋଲି ପରାମର୍ଶ ଦେଲେ । ଘରୋଇ କଲେଜକୁ ସବୁ ଦୋଷ ଠେଲିଦେଲେ । ମମତା ନିଜେ ବେଙ୍ଗଲର ଗୃହମନ୍ତ୍ରୀ ହୋଇ ମଧ୍ୟ ମାମଲା ବାବଦକୁ ଜାଣିନଥିବା କହିଲେ । ସୂଚନା ଯୋଗ୍ୟ ଯେ ଶୁକ୍ରବାର ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ଦୁର୍ଗାପୁର ମେଡିକାଲ୍ କଲେଜରେ ପଢୁଥିବା ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ ।

ଅପରାଧୀଙ୍କ ଆଶ୍ରୟସ୍ଥଳ ପଶ୍ଚିମବଙ୍ଗ: ବୈଜୟନ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking