21.1 C
Bhubaneswar
Tuesday, December 9, 2025
Homeଓଡିଶାହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ଢେଙ୍କାନାଳ: ଢେଙ୍କାନାଳରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ମିଳିଛି ସୂଚନା । ମୃତକ ଜଣକ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଲିମି ଥାନା ଅଧୀନରେ ଥିବା ବାଲିମି ଗ୍ରାମର ନରୋତ୍ତମ ବେହେରା (୫୦) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଦୁଇ ଯୁବକ ଶୌଚ ହୋଇ ଫେରୁଥିଲେ । ସେହି ସମୟରେ ନୂଆ ବନ୍ଧ ନିକଟରେ ବୁଦା ଭିତରେ ଥିବା ହାତୀ ଆଗରେ ଯାଉଥିବା ନରୋତ୍ତମଙ୍କୁ ଘୋଷାଡି ନେଇ ମାରିଦେଇଥିଲା । ଫଛରେ ଆସୁଥିବା ଅନ୍ୟ ଜଣେ ଯୁବକ ନିଜ ଜୀବନ ବଞ୍ଚାଇ ଦୌଡି ଯାଇ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲା । ଖବର ପାଇ ବାଲିମି ଗ୍ରାମର ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି। ଏହା ପରେ ଘଟଣା ସମ୍ପର୍କରେ ସୂଚନା ପାଇ ବନ ବିଭାଗ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking