ଭୁବନେଶ୍ୱର: ବିଜେଡି ଉପସଭାପତି ପ୍ରତାପ ଜେନାଙ୍କୁ ଶ୍ରୀମୟୀ ମିଶ୍ରଙ୍କ ଟାର୍ଗେଟ୍ । ‘ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ’ର ଜବାବ ଦେଲେ ଶ୍ରୀମୟୀ । ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡିଆ ମହାପୁରୁଷଙ୍କର ରକ୍ତ ଅଛି କହି କଲେ ଟାର୍ଗେଟ୍ । କାହାକୁ ଅନୁଭବ କରି ତାଙ୍କ ଆଦେଶକୁ ମାନୁଛ ବୋଲି ପ୍ରଶ୍ନ କଲେ । କହିଲେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ । ପଶ୍ଚିମ ଓଡିଶାର ଟାଣୁଆ ନେତାଙ୍କ ପରିବାର ଭାବାବେଗ ସହ ଖେଳନ୍ତୁ ନାହିଁ । ରାଜନୀତିରୁ ଉର୍ଦ୍ଧ୍ୱରେ ମାନବିକତା, ଓଡିଆ ସଂସ୍କୃତି ଏ ଶିକ୍ଷା ଦିଏ । ଗତକାଲି ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ପ୍ରତାପ ଜେନା ପ୍ରତିକ୍ରିୟା ଦେଇ କହିଥିଲେ ଯେ ଜୟ ଢୋଲକିଆ, ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ।










