25.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶବ୍ଲାକମେଲ୍ ସହିନପାରି ଝୁଲି ପଡିଲେ ଯୁବକ

ବ୍ଲାକମେଲ୍ ସହିନପାରି ଝୁଲି ପଡିଲେ ଯୁବକ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣ।। ଜଣେ ଯୁବକ ବ୍ଲାକମେଲ୍ ସହିନପାରି ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛିା ଏହି ଘଟଣାଟି ସିଙ୍ଗରୌଲି ଜିଲ୍ଲାର କୋତୱାଲି ଥାନା ଅନ୍ତର୍ଗତ ବାଲିୟାରି ଅଞ୍ଚଳରେ ଘଟିଛିା ସୂଚନା ଅନୁସାରେ, ୨୦ ବର୍ଷୀୟ ପ୍ରେମ କୁମାର ଶାହ ତାଙ୍କ ପ୍ରେମିକଙ୍କ ଠାରୁ ବିରକ୍ତ ହୋଇ ଆତ୍ମହତ୍ୟା କରିଛନ୍ତିା ମୃତ୍ୟୁ ପୂର୍ବରୁ ମୃତ ପ୍ରେମ କୁମାର ଶାହ ଦୁଇ ପୃଷ୍ଠାର ଏକ ସୁଇସାଇଡ ନୋଟ ଲେଖିଥିଲେ ଯେଉଁଥିରେ ସେ ତାଙ୍କ ପ୍ରେମିକା ଏବଂ ଅନ୍ୟମାନଙ୍କ ଉପରେ ସମ୍ପର୍କ ପରେ ହଇରାଣ ଏବଂ ଟଙ୍କା ଦାବି କରିବାର ଅଭିଯୋଗ କରିଥିଲେ। କୁହାଯାଉଛି ଯେ ମୃତ ଯୁବକ ଜଣକ ଏକ ଡାଏରୀ ଦୋକାନ ଚଳାଉଥିଲେ ଏବଂ ତାଙ୍କ ପ୍ରେମିକାଙ୍କ ପରିବାର ତାଙ୍କୁ ଲଗାତାର ₹୫ ଲକ୍ଷ ଦାବି କରି ବ୍ଲାକମେଲ୍ କରୁଥିଲେ। ପ୍ରେମିକା ମିଥ୍ୟା ମାମଲାରେ ଫସାଇବା ପାଇଁ ଚାପ ପକାଉଥିବାବେଳେ ଯୁବକ ଜଣକ ଟଙ୍କା ଦେଇପାରି ନଥିଲେ।

ଏଥିରେ ବିରକ୍ତ ହୋଇ ପ୍ରେମ କୁମାର ଶାହ ତାଙ୍କ ଶୋଇବା ଘରେ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ପରେ କ୍ରୋଧିତ ପରିବାର ସଦସ୍ୟମାନେ ମୃତଦେହକୁ କୋତୱାଲି ଥାନା ପରିସରରେ ରଖି ଉତ୍ତେଜନା ସୃଷ୍ଟି କରିଥିଲେ। ସେମାନେ ଦାବି କରୁଛନ୍ତି ଯେ ପୋଲିସ ତୁରନ୍ତ ପ୍ରେମିକା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଗୁରୁତର ଧାରା ଅନୁଯାୟୀ ମାମଲା ରୁଜୁ କରି ଗିରଫ କରୁ, ତା’ପରେ ହିଁ ସେମାନେ ମୃତଦେହକୁ ଦାହ କରିବେ। ପ୍ରାୟ ଚାରି ଘଣ୍ଟା ହଙ୍ଗାମା ପରେ ପରିବାର ଏବଂ ପୋଲିସ ମଧ୍ୟରେ ଏକ ସହମତି ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ, ସିଙ୍ଗରୌଲି ଜିଲ୍ଲା ସିଏସପି ପୁନୁ ପାର୍ସ୍ତେ କହିଛନ୍ତି ଯେ ଏହି ମାମଲାର ତଦନ୍ତ କରାଯାଉଛି ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୃତକଙ୍କଠାରୁ ଏକ ସୁଇସାଇଡ ନୋଟ୍ ଉଦ୍ଧାର କରାଯାଇଛି। ଏହି ଘଟଣାର ତଦନ୍ତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking