30.1 C
Bhubaneswar
Sunday, May 31, 2026
Homeଓଡିଶାଗାଁରେ ଦୁଷିତ ପାଣିରୁ ବ୍ୟାପିଲା ଜଣ୍ଡିସ୍ ରୋଗ

ଗାଁରେ ଦୁଷିତ ପାଣିରୁ ବ୍ୟାପିଲା ଜଣ୍ଡିସ୍ ରୋଗ

ଆନନ୍ଦପୁର: ଦୁଇମାସ ଧରି ଗାଁରେ ବ୍ୟାପୁଛି ଜଣ୍ଡିସ୍ ରୋଗ । ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକଙ୍କ ଦେହରେ ଏହି ରୋଗର ଲକ୍ଷଣ ଦେଖାଦେଉଛି । ଆନନ୍ଦପୁର ବ୍ଲକ୍ ବାଇଲ ପଞ୍ଚାୟତ ଖଡିବିଲ ଗାଁରେ ଗତ ଦୁଇମାସ ମଧ୍ୟରେ ପ୍ରାୟ ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ କେତେକ ଡାକ୍ତରଖାନାର ଚିକିତ୍ସା ହେବା ପରେ  ସୁସ୍ଥ ହୋଇ ହୋଇଛନ୍ତି ।ହେଲେ ବର୍ତ୍ତମାନ ମଧ୍ୟ ଗାଁର ପ୍ରାୟ ୧୨ରୁ ଅଧିକ ଲୋକ ମଧ୍ୟରେ ଜଣ୍ଡିସ୍ ରୋଗର ଲକ୍ଷଣ ରହିଥିବା ଜଣାପଡିଛି । ଅନ୍ୟପଟେ ଦୈନିକ ଜଣେ ଦୁଇଜଣ ନୁଆଁ ରୋଗୀ ମଧ୍ୟ ଚିହ୍ନଟ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଜଣ୍ଡିସ୍ ରେ ଲାଗିରହିଥିବା ଏହି ରୋଗ ଦୁଷିତ ପାଣିରୁ ବ୍ୟାପୁଥିବା ସଂନ୍ଦେହ କରିଛନ୍ତି ଗ୍ରାମବାସୀ । ଗାଁରେ ଥିବା ଟିଓ୍ବେଲ୍ ,କୁଅ ଓ ପୋଖରୀ ପାଣି ଦୁଷିତ ହୋଇଥିବାରୁ ରୋଗ ସଂକ୍ରମିତ ହୋଇଥିବା ସଂନ୍ଦେହ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking