ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି। ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି । ସେଠାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ବାବୁ ସିଂଙ୍କ ସେମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି । ଏହି ଅବସରରେ ଉତ୍କଳମଣିଙ୍କ ଲୋକପ୍ରିୟ ସଙ୍ଗୀତ ମିଶୁ ମୋର ଦେହ ଏଦେଶ ମାଟିରେ ଗାନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗୋପବନ୍ଧୁଙ୍କ ଦାୟାଦ ଓ ବରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ସହ ଯୁବପିଡିମାନେ ତାଙ୍କ ମାର୍ଗକୁ ଅନୁକରଣ କରି ଆଗକୁ ବଢିବା ଦରକାର ବୋଲି କହିଛନ୍ତି ।










