କଟକ: ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ ଜୋନ’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ନଭେମ୍ବର ୧ରୁ ୧୫ ପଯ୍ୟନ୍ତ ନୋ ଡ୍ରୋନ ଜୋନ ଘୋଷଣା କରାଯାଇଛି । ବାଲିଯାତ୍ରା ଗ୍ରାଉଣ୍ଡର ୫ କିମି ପରିଧି ପାଇଁ କଟକଣା ଜାରି କରାଯାଇଛି । ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ ଉଡାଣ ମନା କରାଯାଇଛି । ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ , ହଟ ଏୟାର ବେଲୁନ, ୟୁଏଭି , ଡ୍ରୋନ ମନା ହୋଇଛି । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ନଭେମ୍ବର୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା ।










