ମାଲକାନଗିରି: ମୋବାଇଲ ନଦେବାରୁ ଗାମୁଛାରେ ଘର ଦୁଆର ମୁହଁରେ ଝୁଲିପଡ଼ିଲା କୁନି ଝିଅ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଅଞ୍ଚଳରୁ ଆସିଛି ଏହି ହୃଦୟବିଦାରକ ଖବର । ସୂଚନା ଅନୁସାରେ ଝିଅଟି ମୋବାଇଲ ଦେଖିବାକୁ ପରିବାର ଲୋକଙ୍କୁ ବାରମ୍ୱାର ମାଗିଥିଲା । କିନ୍ତୁ ପରିବାର ଲୋକ ମନା କରିବାରୁ ଦୁଃଖ, ହତାଶ ଓ ରାଗରେ ଚରମ ନିଷ୍ପତ୍ତି ନେଇଥିଲା । ତୁରନ୍ତ ଝିଅକୁ ଉଦ୍ଧାର କରି ମାଥିଲି ମେଡିକାଲକୁ ଅଣାଯାଇଥିଲା, ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।










