29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶସୁପ୍ରିମକୋର୍ଟରେ ପହଞ୍ଚିଲା କଫ୍ ସିରଫ୍ ଯୋଗୁଁ ଶିଶୁ ମୃତ୍ୟୁ ମାମଲା

ସୁପ୍ରିମକୋର୍ଟରେ ପହଞ୍ଚିଲା କଫ୍ ସିରଫ୍ ଯୋଗୁଁ ଶିଶୁ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ରାଜସ୍ଥନରେ କଫ୍ ସିରପ୍ ଯୋଗୁଁ ନିର୍ଦ୍ଦୋଶ ଶିଶୁଙ୍କ ମୃତ୍ୟୁ ମାମଲା ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ୱର୍ଥ ମାମଲା ଦାୟର କରାଯାଇଛି। ଓକିଲ ବିଶାଲ ତିୱାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ପିଆଇଏଲ୍‌, ଜାତୀୟ ନ୍ୟାୟିକ କମିଶନ/ବିଶେଷଜ୍ଞ କମିଟି ଦ୍ୱାରା ତଦନ୍ତ ଏବଂ ନିଷିଦ୍ଧ କୋଲଡ୍ରିଫ୍ କଫ୍ ସିରପର ସମସ୍ତ ପୂର୍ବରୁ ଥିବା ଷ୍ଟକ୍ ଜବତ କରିବାକୁ ଦାବି କରିଛି। ଆବେଦନରେ ଏହା ମଧ୍ୟ ଦାବି କରାଯାଇଛି ଯେ ସମ୍ସ ଏଫଆଇଆରର ତଦନ୍ତ ସିବିଆଇ ଦ୍ୱାରା କରାଯାଉ। ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ କଫ୍ ସିରପ୍‌ର ଉତ୍ପାଦାନ, ନିୟନ୍ତ୍ରଣ, ପରୀକ୍ଷଣ ଏବଂ ବଣ୍ଟନର ତଦନ୍ତ କରାଯାଉ।

ସୂଚନାଯୋଗ୍ୟ ଯେ ‘କୋଲଡ୍ରିଫ୍’ କଫ୍ ସିରପ୍ ସେବନ ଯୋଗୁଁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଶିଶୁଙ୍କ ମୃତ୍ୟୁ ନିରନ୍ତର ଜାରି ରହିଛି। ସରକାରୀ ସଂଖ୍ୟା ଅନୁଯାୟୀ, ଉଭୟ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ୧୬ ଜଣ ଏବଂ ରାଜସ୍ଥାନର ଭରତପୁର ଏବଂ ସିକରରେ ଦୁଇଟି ଲେଖାଏଁ ମୃତ୍ୟୁ ଘଟିଛି। ତଦନ୍ତରୁ ଜଣାପଡିଛି ଯେ ସିରପ୍‌ର ୪୮.୬%ରେ ଡାଇଥାଇଲିନ୍ ଗ୍ଲାଇକଲ୍ (ଡିଇଜି) ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ରହିଛି, ଯାହା କିଡନୀ ଫେଲ୍ କରିପାରେ। କେନ୍ଦ୍ର ସରକାର ଛଅଟି ରାଜ୍ୟର ୧୯ଟି ଔଷଧ ଉତ୍ପାଦନ ୟୁନିଟରେ ବିପଦ-ଭିତ୍ତିକ ଯାଞ୍ଚ ଆରମ୍ଭ କରିଛନ୍ତି, ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରି ତୁରନ୍ତ ତଦନ୍ତ କରି ନକଲି ଔଷଧ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking