30.1 C
Bhubaneswar
Thursday, July 2, 2026
Homeଓଡିଶାଦୁଇଟି ଅପହରଣ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଦୁଇଟି ଅପହରଣ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ନୟାଗଡ଼ ଜିଲ୍ଲାରେ ଦୁଇଟି ପୃଥକ ଅପହରଣ ମାମଲାର ବିଚାର କରି କୋର୍ଟ ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ରଣପୁର ଥାନା ମାମଲା ନଂ. ୩୩/୨୦୧୨ ରେ ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨,୦୦୦ ଟଙ୍କା ଜରିମାନା କରାଯାଇଛି। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ଏସଆଇ ସଂଗ୍ରାମ କେଶରୀ ପାଇକରାୟଙ୍କ ଦକ୍ଷ ତଦନ୍ତ, ଏପିପି ସଂସାରୀ ସାହୁଙ୍କ ସଫଳ ପ୍ରସିକ୍ୟୁସନ ଏବଂ ପ୍ରସିକ୍ୟୁସନ ବିଭାଗର ନିୟମିତ ତଦାରଖ ଫଳରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ଇଟାମାଟି ଥାନା ମାମଲା ନଂ. ୯୪/୨୦୨୩ ରେ ଅଭିଯୁକ୍ତଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜରିମାନା କରାଯାଇଛି। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଏସଆଇ ସୁବାଶ ବେହେରାଙ୍କ ତଦନ୍ତ, ସ୍ୱତନ୍ତ୍ର ସରକାରୀ ଓକିଲ ଶିବ ଶଙ୍କର ବିଶ୍ୱାଳଙ୍କ ପ୍ରସିକ୍ୟୁସନ ଏବଂ ପ୍ରସିକ୍ୟୁସନ ବିଭାଗର ତଦାରଖ ଫଳରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଗାମୀ ଦିନରେ ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଜାରି ରହିବ ବୋଲି ନୟାଗଡ଼ ପୋଲିସ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking