ରାୟଗଡା: ଗହଣା ଦୋକାନରେ ଭୟଙ୍କର ନିଆଁ। ଆଖି ପିଛୁଳାକେ ଜଳିଗଲା ଗହଣା ଦୋକାନ। ଗତକାଲି ବିଳମ୍ବିତ ରାତିରେ ରାୟଗଡା ମୁନିଗୁଡା ବଜାର ସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ଗହଣା ଦୋକାନରେ ନିଆଁ ଲାଗିଯିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କିପରି ଗହଣା ଦୋକାନରେ ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଦୁଃଖର କଥା ଯେ,ଗତକାଲି ହିଁ ଦୋକାନକୁ ନବୀକରଣ କରି ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରାଯାଇଥିଲା। ଦୋକାନରେ ଅଳଙ୍କାର ନଥିଲା । କିନ୍ତୁ ଅନ୍ୟ ସବୁ ସରଞ୍ଜାମ ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି ।










