25.1 C
Bhubaneswar
Thursday, February 5, 2026
Homeଓଡିଶାବାଣ ବିସ୍ଫୋରଣ: ୨ ଗୁରୁତର

ବାଣ ବିସ୍ଫୋରଣ: ୨ ଗୁରୁତର

ମୟୂରଭଞ୍ଜ: ରବିବାର ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ବାଛୁରିପଡ଼ା ଗାଁରେ ଏକ ବେଆଇନ ବାଣ ତିଆରି ୟୁନିଟରେ ବିସ୍ଫୋରଣରେ  ଘରର ଛାତ ଉଡ଼ିଯାଇଛି। ଏହା ଯୋଗୁ କଂକ୍ରିଟ କାନ୍ଥ ଭୁଶୁଡି ଯାଇଛି। ବିସ୍ଫୋରଣରେ ପରିବାର ୩ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ବାଛୁରୀପଡା ଗ୍ରାମର ପ୍ରାୟତଃ ପରିବାର ବେଆଇନ ବାଣ ପ୍ରସ୍ତୁତି କରିଥାନ୍ତି ଓ ଘରେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଗଛିତ କରି ରଖିଥାନ୍ତି। ଏହି କ୍ରମରେ ସନ୍ତୋଷ ଦାସଙ୍କ ପରିବାର ମଧ୍ୟ ବହୁ ବର୍ଷ ଧରି ବାଣ ପ୍ରସ୍ତୁତି କରୁଛନ୍ତି। ରବିବାର ପ୍ରାୟ ୧୧ଟା ସମୟରେ ସନ୍ତୋଷର  ବଡ଼ ପୁଅ ଅନିଲ ବାଣ ପ୍ରସ୍ତୁତି କରୁଥିବାବେଳେ ସାବଧାନତା ବଶତଃ ବାରୁଦରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ସମଗ୍ର ଘରେ ବ୍ୟାପି ଯାଇଥିଲା ଓ ଭୟଙ୍କର ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ଉଡି ଯାଇ ଗଛ ଡାଳରେ ଲାଗିଥିଲା। ଅନ୍ୟପଟେ ବିସ୍ଫୋରଣରେ ଅନିଲ ଗୁରୁତର ଭାବେ ଆହତ ହୋଇ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନା ନିଆଯାଇଥିବାବେଳେ ପରେ କଟକ ସ୍ଥାନାନ୍ତର ନେଇ ସୂଚନା ମିଳିଛି। ସେହିପରି ଅନିଲର ମାଆ ଶାନ୍ତିଲତା ଦାସ, ସ୍ତ୍ରୀ କ୍ରିଷ୍ଣା ଦାସ, ସାନ ଭାଇ ସୁନୀଲ ଦାସ ମଧ୍ୟ ଆହତ ହୋଇ ସ୍ଥାନୀୟ ବୈଶିଙ୍ଗା ଡାକ୍ତର ଖାନାରେ ଚିକିତ୍ସାଧୀନ। ତେବେ ଖବର ପାଇ ବେତନଟୀ ଅଗ୍ନିଶମ କର୍ମଚାରୀ ଆସି ବାଣ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିବାବେଳେ ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସ, ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking