ଭୁବନେଶ୍ୱର: ଭୁସ୍ଖଳନ ରୋକିବାକୁ ମାଷ୍ଟର ପ୍ଲାନ ଆଣିବେ ରାଜ୍ୟ ସରକାର ।ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାହାଡ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ । ପଥର ଖସି ଯେଭଳି କାହାର ମୃତ୍ୟୁ ନହୁଏ ପ୍ରାଥମିକତା ଦିଆଯିବ । ମାଲକାନଗିରି ଅଞ୍ଚଳର ତଳିଆ ରୋଡ ଚିହ୍ନଟ କରାଯାଇ ଉଚ୍ଚା କରାଯିବ । ବର୍ଷା ବିତ୍ପାତର କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।










