20.1 C
Bhubaneswar
Saturday, December 6, 2025
Homeଓଡିଶା" ଆଜିର ଅନୁଚିନ୍ତା "

” ଆଜିର ଅନୁଚିନ୍ତା “

“ଜୀବନର ରାସ୍ତାରେ ଚାଲିବାକୁ ହେଲେ କେତେ ଘାତ ପ୍ରତିଘାତ ସହି ଆଗକୁ ବଢିବାକୁ ପଡିବ , ଆଉ ସମସ୍ୟା ଜୀବନର ଶେଷ ନୁହେଁ ସେଇଠୁ ଏକ ନୂଆ ଜୀବନର ଆରମ୍ଭ ହୁଏ ଖାଲି ଧୌର୍ଯ୍ୟ ଧରିବା ଆବଶ୍ୟକ !!”

“ପ୍ରକୃତରେ ଶତୃ ସେ ନୁହେଁ ଯିଏ ତୁମ ସହିତ ଖୋଲାଖୋଲି ଲଢୁଛି , ଅସଲ ଶତୃ ହେଉଛି ସିଏ ଯିଏ ତୁମକୁ ମିତ୍ର ଆଚରଣ କରି ପଛରେ ଷଡଯନ୍ତ୍ର କରୁଛି !!”

“ଜୀବନରେ ଗୋଟିଏ କଥା ସବୁବେଳେ ମନେ ରଖିଥିବେ ଯେ ସମୟ ଓ ପରିସ୍ଥିତି କୌଣସି ମୁହୂର୍ତ୍ତରେ ବି ବଦଳି ପାରେ , ସେଥିପାଇଁ କେବେ କାହାର ଅପମାନ କରିବେ ନାହିଁ !!”

“ନିଜ ଆତ୍ମା ଯାହା କହୁଛି ତାହା ଶୁଣ ଦୁନିଆ କଥାକୁ ଭୟ କରନାହିଁ , କାହିଁକିନା ଦୁନିଆ ବୋହୁତ କିଛି କହିଥାଏ ହେଲେ କେବେ କିଛି ଦେଇ ନଥାଏ !!”

ଭଗବାନ ସବୁ ସମ୍ପର୍କକୁ ଆଗରୁ ତିଆରି କରିଛନ୍ତି , କିନ୍ତୁ ମାତ୍ର ଦୁଇଟି ସମ୍ପର୍କ ଆମେ ଏହି ପୃଥ୍ବୀକୁ ଆସିଲା ପରେ ନିଜେ ତିଆରି କରିଥାନ୍ତି ଗୋଟିଏ ହେଲା ” ବନ୍ଧୁତା ” ଆଉ ଅନ୍ୟଟି ହେଲା ‘ ଶତ୍ରୁତା ” !!”

ପରମାତ୍ମାଙ୍କୁ ଅନୁଭବ କରିବା ପାଇଁ କୌଣସି ବିଶେଷ ଭାଷାର ଆବଶ୍ୟକତା ନାହିଁ, କାରଣ ପରମାତ୍ମା ପ୍ରେମ ଓ ଭାବର ଭାଷା ବୁଝନ୍ତି , ଆଉ ସେ ମୁକକୁ ମଧ୍ୟ ମୋକ୍ଷ ପ୍ରଦାନ ପ୍ରଦାନ କରିଦିଅନ୍ତି l

ଯେବେଠୁ ଆମେ ସଚ୍ଚା ଈଶ୍ଵରୀୟ ମାର୍ଗକୁ ଗ୍ରହଣ କରିବା, ସେବେଠୁ ଏ ଜୀବନରୂପୀ ଗାଡ଼ିରେ ଈଶ୍ଵର ନିଜେ ଡ୍ରାଇଭର ହୋଇ ଆମକୁ ମୁକ୍ତି ଓ ଜୀବନ ମୁକ୍ତି ପ୍ରଦାନ କରି ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦିଅନ୍ତି l

ଟଙ୍କା ଏପରି ଏକ ଜିନିଷ ଯାହା ଛୁଆଁ ହୁଏ ନାହିଁ.. କୌଣସି ଭେଦଭାବ ବିନା ଏକ ନୋଟ୍ କଂସେଇ ହାତରୁ ମନ୍ଦିର-ମସଜିଦକୁ ଯାଏ.. ଏଥିରେ ମଣିଷକୁ କୌଣସି ଭେଦଭାବର ନଜର ଆସେ ନାହିଁ l

ନିଜର ଦୁର୍ବଳତାକୁ ଦୈବୀଶକ୍ତିରେ ପରିଣତ କରିବା ହିଁ ସଫଳତା l
ମଣିଷର କର୍ମ ତାକୁ ତା’ର ପରିଚୟଦିଏ….

ଯିଏ ଯେମିତି କର୍ମ କରେ ସେ ସେମିତି ଫଳ ପାଇଥାଏ….
ତେଣୁ
କର୍ମ ଫଳ ଉପରେ ଆଶା ନରଖି ସତ୍ ମାର୍ଗରେ ଚାଲିବା ଉଚିତ୍.

ଅଦ୍ୟ ଅକ୍ଟୋବର ମାସ ୦୪ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- ଶୁକ୍ଳ
ତିଥି- ଦ୍ୱାଦଶୀ ଦିବା ଘ୦୫/୦୯ ଗତେ ତ୍ରୟୋଦଶୀ
ନକ୍ଷତ୍ର- ଧନିଷ୍ଟା ଦିବା ଘ୦୮/୫୨ ଗତେ ଶତଭିଷା
ଚନ୍ଦ୍ର- କୁମ୍ଭ
ଯୋଗ- ଶୂଳ
କରଣ – ବବ
ସୌରମାସ- କନ୍ୟା ୧୮ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୨୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୩୭
*✧═════•❁❀
ଯୋଗିନୀ ନୈରୁତେ ଦିବା ଘ୦୫/୦୯ ଗତେ ଦକ୍ଷିଣେ
ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର
ବୃଷ,ସିଂହ ଓ କନ୍ୟା ରାଶିର ଘାତବାର
ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳା -ଦିବା ଘ ୦୭/୧୦ ମଧ୍ୟେ ଓ ଦିବା ଘ ୦୪/୦୨ ଗତେ ଘ୦୫/୩୧ ମଧ୍ୟେ
ବାରବେଳା- ଦିବା ଘ ୦୧/୦୪ ଗତେ ଘ ୦୨/୩୩ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୮ ଗତେ ଘ୦୯/୪୨ ମଧ୍ୟେ ଓ ଘ୧୨/୦୪ ଗତେ ଘ୦୧/୦୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୨୦ ଗତେ ଘ୦୩/୦୮ ମଧ୍ୟେ
═✧══•❁❀❁•═*════✧
ଅଦ୍ୟ ପୋଇ ଓ ବାଇଗଣ ଭକ୍ଷଣନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
✧═════•❁❀❁•═════
ବୃଷ
ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
✧═════•❁❀❁•═════✧
ମିଥୁନ
ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
✧═════•❁❀❁•═════
କର୍କଟ
ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
✧═════•❁❀❁•═════✧
ସିଂହ
ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
✧═════•❁❀❁•═════✧
କନ୍ୟା
ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
✧═════•❁❀❁•═════✧
ତୁଳା
ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
✧═════•❁❀❁•═════
ବିଛା
ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
✧═════•❁❀❁•═════✧
ଧନୁ
ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
✧═════•❁❀❁•═════
ମକର
ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
✧═════•❁❀❁•═════✧
କୁମ୍ଭ
ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ
ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking