ରାୟପୁର: ଛତିଶଗଡ ବିଜାପୁରରେ ୧୦୩ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ନାଁରେ ଥିଲା ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ଆତ୍ମସମର୍ପଣ କାରୀଙ୍କ ମଧ୍ୟରେ ବିଭିନ୍ନ ପଦବୀରେ ସକ୍ରିୟ ଥିବା ମାଓବାଦୀ ଅଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି, ଯେ, ସଂଗଠନର ବିଚାରଧାରା ପ୍ରତି ଭ୍ରମ, ନେତୃତ୍ୱର କ୍ରମାଗତ ଅଭାବ, ସୁରକ୍ଷାବାହିନୀ ଦ୍ୱାରା ଜବରଦସ୍ତି କାର୍ଯ୍ୟ ଏବଂ ସରକାରଙ୍କ ପୂନର୍ବାସ ନୀତି ଏହି ପଦକ୍ଷେପ ନେବାକୁ ସେମାନଙ୍କୁ ପ୍ରେରଣା ଦେଇଥିଲା । ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୁପ ୫୦,୦୦୦ ଟଙ୍କା ଲେଖାଏଁ ଚେକ ଦେଇଛନ୍ତି । ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ।









