29.5 C
Bhubaneswar
Saturday, June 20, 2026
Homeଦେଶ ବିଦେଶଭୁଶୁଡ଼ିଲା ନିର୍ମାଣାଧୀନ ଚର୍ଚ୍ଚ: ୨୫ ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ ଚର୍ଚ୍ଚ: ୨୫ ମୃତ

ଇଥିଓପିଆ: ଇଥିଓପିଆର ଆମହାରା ଅଞ୍ଚଳରେ ଏକ ନିର୍ମାଣାଧୀନ ଚର୍ଚ୍ଚ ଭୁଶୁଡ଼ି ପଡ଼ିବାରୁ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ବୁଧବାର ସକାଳେ ଆମହାରାର ମେଙ୍ଗର ଶେଙ୍କୋରା ଆର୍ଟି ମାରିୟମ ଚର୍ଚ୍ଚରେ ଏହି ଘଟଣା ଘଟିଥିଲା। ଶ୍ରଦ୍ଧାଳୁମାନେ ସେଣ୍ଟ ମେରୀଙ୍କ ବାର୍ଷିକ ପୂଜା ପାଇଁ ଏକାଠି ହୋଇଥିଲେ। ସ୍ଥାନୀୟ ହସ୍ପିଟାଲର ଡାକ୍ତର ସେୟୁମ୍ ଆଲ୍ଟାୟେ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ କିଛି ପିଲା ଏବଂ ବୃଦ୍ଧ ଅଛନ୍ତି। ଏପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି ଏବଂ ଶହେରୁ ଅଧିକ ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ଆହତ ରୋଗୀଙ୍କ ଯତ୍ନ ନେବା ପାଇଁ ହସ୍ପିଟାଲ ରେଡକ୍ରସରୁ ସହାୟତା ଲୋଡୁଛି। ସ୍ଥାନୀୟ ପ୍ରଶାସକ ତେଶାଲେ ତିଲାହୁନ୍ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking