16.1 C
Bhubaneswar
Sunday, December 7, 2025
Homeଓଡିଶାବ୍ୟାସନଗରରେ ଦୁର୍ଗାମା'ଙ୍କ ସୁନ୍ଦର ତ୍ବରଣ ସାଙ୍ଗଙ୍କୁ ଆକର୍ଷଣୀୟ ସାଜସଜ୍ଜା

ବ୍ୟାସନଗରରେ ଦୁର୍ଗାମା’ଙ୍କ ସୁନ୍ଦର ତ୍ବରଣ ସାଙ୍ଗଙ୍କୁ ଆକର୍ଷଣୀୟ ସାଜସଜ୍ଜା

ଯାଜପୁର: ଯାଜପୁରରୋଡ ବା ବ୍ୟାସନଗର ସହର ରେ ଦୁର୍ଗାପୂଜା ମାହଲବତା ବରଣ ସୃଷ୍ଟି ହୋଇଛି l ପାଗ ଅନୁକୂଳ ଥିବାର ଦର୍ଶକ ଙ୍କୁ ସଂଖ୍ୟା ଆଶା ସିତ ବୃଦ୍ଧି ପାଇଛି l ପୁଜା ମଣ୍ଡପରେ ଗୁଡ଼ିକ ଚଣ୍ଡୀ ପାଠ ବେଦ ମନ୍ତ୍ର ରେ ଆଧ୍ୟାତ୍ମିକ ବତା ବରଣ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରୁଛି l ପୂଜା ମଣ୍ଡପ ଗୁଡିକ ରେ ପ୍ରସାଦ ସେବନ ଚାଲିଛି । ସହରର ୬ ଟି ପୂଜା ମଣ୍ଡପ ରେ ଜଗତ ଜନନୀ ମା ଦୁର୍ଗା ପୂଜା ପାଉଛନ୍ତି l ସେଥି ମଧ୍ୟ୍ୟ ରୁ ପ୍ରିୟଦର୍ଶିନି ରୋଡ କଣ୍ଟଗଡିଆ. ରାଇସିମିଲ. ନହକା. କୋପଣ୍ଡ. ଓ କାଦମ୍ବରୀ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମେଢ ପୂଜା ପାଉଛନ୍ତି | ପୂଜା ମଣ୍ଡପ ଗୁଡିକ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ସୁନ୍ଦର ତ୍ୱରଣ ଓ ଆଲୋକ ସଜା ସହରର ରୂପରେଖ ବଦଳାଇଦେଇଛି | ବିଭିନ୍ନ ରଙ୍ଗୀନ ଆଲୋକ ମାଳରେ ସହରର ରାସ୍ତା ଘାଟ ଝଲମଲ କରୁଛି | ସତେଯେପରି ନନ୍ଦନ କାନନ ଶୋଭା ବର୍ଦ୍ଧନ କରି ପରିବା ଲାଗୁଚି| ଦିନ ବେଳେ ଦୁରଦୂରାନ୍ତ ଲୋକମାନଙ୍କ ସମାଗମ ହେଉଥିବା ବେଳେ ସନ୍ଧ୍ୟାହେଲେ ଦର୍ଶକଙ୍କ ସଂଖ୍ୟା ଭିଡ଼ ଜମୁଛି |

ମଣ୍ଡପ ଗୁଡିକରେ ମାଙ୍କ ମୁଣ୍ମୟୀ ମୂର୍ତ୍ତି ସାଙ୍ଗକୁ ପୌରାଣିକ, ସାମାଜିକ,ବିଭିନ୍ନ ଘଟଣାବଳି ଓ ଜନସଚେତନତାର ବାର୍ତ୍ତା ବହନ କରୁଥିବା ବାରୂହାଳୀ ମୂର୍ତ୍ତି ମାନ ଶୋଭାପାଉଛି | ମିନବଜାର ସାଙ୍ଗକୁ ଦୋଳି ଓ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଷ୍ଟଲରେ ଭିଡ଼ ଜମୁଛି | ପୂଜା ମଣ୍ଡପ ନିକଟରେ ପ୍ରତ୍ୟେକ ସନ୍ଧ୍ୟାରେ ଓଡ଼ିଶାର ପ୍ରସିଦ୍ଧ ନାମିଦାମୀ କଣ୍ଠଶିଳ୍ପୀ ମାନଙ୍କୁନେଇ ଭଜନ ସନ୍ଧ୍ୟା ଏବଂ ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି | ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି । ପୋଲିସ ପକ୍ଷରୁ ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁଦୁଢ କରାଯାଇ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି | ଅସାମାଜିକ କାର୍ଯ୍ୟ ଚୋରି, ପକେଟମାରଙ୍କ ଉପରେ ପୋଲିସ ତୀକ୍ଷଣ ଦୃଷ୍ଟି ରଖିଛି l ପୂଜା ମଣ୍ଡପ ଓ ବିଭିନ୍ନ ସ୍ଥାନରର ସିସି ଟିଭି ଲଗାଯାଇଛି | ସହର ମଧ୍ୟକୁ ଭାରୀଯାନ ଓ ପ୍ଲାଣ୍ଟ ବସ ପ୍ରବେଶ ଉପରେ କଟକଣା କରାଯାଇଛି। ସହରର ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବ୍ଯାପକ ବେବସ୍ତା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking