28.1 C
Bhubaneswar
Wednesday, February 4, 2026
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଗୁରୁତର

ଗଞ୍ଜାମ: ବ୍ରହ୍ମପୁରରୁ ମାତାରାତାରିଣୀ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ୨ଟି ପରିବାରର ୭ ଜଣ ତାରାତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ରାଜସ୍ୱ ନୀରୀକ୍ଷକ ଥିଲେ । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ନୀରୀକ୍ଷକଙ୍କ ପରିବାର ମା’ ତାରାତାରିଣୀସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ୨ ଜଣ ରାଜସ୍ବ ନିରୀକ୍ଷକଙ୍କ ପରିବାର ମା’ ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ। ସେଠାରୁ ସେମାନେ କାରରେ ଫେରୁଥିବା ବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଫଳରେ କାରରେ ଥିବା ସୁପ୍ରକାଶ ସେଠୀ, ତାଙ୍କ ସ୍ତ୍ରୀ ସୁଜାତା ସେଠୀ, ମନୁ ସେଠୀ, ସ୍ୱସ୍ତିକ ସେଠୀ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ତାଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ ଓ ୩ ମାସର ଛୋଟ ଝିଅ ଗୁରୁତର ହୋଇଥିଲେ। ମୃତ୍ୟୁଞ୍ଜୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଛି l ହିନ୍ଦୋଳ ଡାକ୍ତରଖାନାରେ ମୃତଦେହ ରହିଛି l ଅନ୍ୟ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking