19.1 C
Bhubaneswar
Friday, December 5, 2025
Homeଓଡିଶାନାଲ୍‌କୋ ଅଫିସରେ ସିବିଆଇର ଚଢ଼ାଉ

ନାଲ୍‌କୋ ଅଫିସରେ ସିବିଆଇର ଚଢ଼ାଉ

ଭୁବନେଶ୍ୱର: ଚାକିରି ପଛରେ ବଡ ଦୁର୍ନୀତି । ଘଣ୍ଟା ଘଣ୍ଟା ଧରି ଘାଣ୍ଟୁଛି ସିବିଆଇ ।  ସକାଳୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଟିମ ଅତର୍କିତ ଚଢାଉ କରିଛି ।  ନାଲକୋରେ ଚାକିରି କରାଇ ଦେବା ନାଁରେ  ବଡ କେଳେଙ୍କାରୀ  ହୋଇଥିବା  ନେଇ ଅଭିଯୋଗ  ପାଇବା ପରେ ଭୁବନେଶ୍ୱର ନାଲକୋ ଅଫିସରେ ପଶି କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ । କିଛି କର୍ମଚାରୀଙ୍କୁ ଝାଳବୁହା ଜେରା ସହ , ବହୁତ ଗୁଡିଏ ଦସ୍ତାବିଜ ଯାଞ୍ଚ କରି  ଜବତ କରିଛି ସିବିଆଇ । ୨୦ରୁ ଅଧିକ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଜାଲ କାଗଜପତ୍ର କିମ୍ବା ଟଙ୍କା କାରବାରରେ  କାରବାରରେ  ବଡ ଘୋଟାଲା  ହୋଇଥିବା  ସନ୍ଦେହ କରୁଚି ଟିମ ।   ତେବେ ସିବିଆଇ ଏହି କଥା ଜାଣିବା ପରେ ଦୁର୍ନୀତିରେ ଲିପ୍ତ  ଦଲାଲ କାମ ଅଟକାଇ ଦେଇଛନ୍ତି ।  ତେବେ ଦଲାଲଙ୍କ ସମେତ  ବହୁ କର୍ମଚାରୀ ଏଥିରେ ଜଡିତ ଥିବାର ସନ୍ଦେହ କରାଯାଇଥିବା  ସିବିଆଇ ପକ୍ଷରୁ ଚଢାଉ କରାଯାଉଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking