19.1 C
Bhubaneswar
Monday, December 8, 2025
Homeଓଡିଶାବିସ୍କୁଟ ଦୋକାନରେ ଚାଲିଥିଲା ବେଆଇନ କଫ୍ ସିରପ୍ ବେପାର

ବିସ୍କୁଟ ଦୋକାନରେ ଚାଲିଥିଲା ବେଆଇନ କଫ୍ ସିରପ୍ ବେପାର

କଟକ: ସ୍ନାକ୍ସ ବିସ୍କୁଟ  ଦୋକାନରେ  ମାଆ – ପୁଅ  ଚଳାଇଥିଲେ ବେଆଇନ  କଫ ସିରପ ବେପାର । ଖବର ପାଇ  ମାଡି ବସିଲା ଏନଟିପିସି  ପୁଲିସ ।  ଦୋକାନରୁ ଜବତ କଲା  ୬୯୭ ବୋତଲ କଫ ସିରପ । ଏନଡିପିସି ଆକ୍ଟ ଅନୁସାରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।  କଟକ ଖୁଣ୍ଟୁଣୀରୁ  ଏ ବେଆଇନ କଫ ସିରପ ଅଣାଯାଇଥିବା ସ୍ୱୀକାର କରିଛନ୍ତି ଅଭିଯୁକ୍ତ ।  ପୁଲିସ ଏ ଘଟଣାରେ  ଅଧିକ ତଦନ୍ତ ଜାରି ରଖିଛି ।  ଅପରେସନ ପ୍ରହାର ଅଧିନରେ ଅନୁଗୁଳ ପୋଲିସର ନିଶା ବେପାରୀଙ୍କ ଉପରେ ଚଢାଉ ଜାରି ରହିଛି ।  ସୂଚନା ଅନୁସାରେ ଲାଇସେନ୍ସ  ନଥାଇ  ବେଆଇନ ଭାବରେ ଗଡଶିଳା ଗାଁର ସିପୁନ ବାରିକ ଓ ତାଙ୍କ ମାଆ ବିସ୍କୁଟ ଦୋକାନରେ କଫ ସିରପ ରଖି ବେପାର ଚଳାଇଥିବା ଖବର ପାଇ ପୋଲିସ ସେଠାରୁ କଫ ସିରପ ଜବତ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking