କଟକ: ଉପର ପଡିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ । ରୂପରେଖ କଣ ହେବ ହାଇକୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ପୂର୍ବରୁ କେବଳ ତଳ ପଡିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ । ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ ।ସୂଚନାଥାଉକି, ନଭେମ୍ବର ୫ରୁ ୧୨ ତାରିଖ ଯାଏଁ ବାଲିଯାତ୍ରା ଅନୁଷ୍ଠିତ ହେବ ।










