କେନ୍ଦୁଝର: ବିଦ୍ୟୁତ ଆଘାତରେ ଚାଲିଗଲା ଡେଲିଭରି ବୟଙ୍କ ଜୀବନ । ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ ଡେଲିଭରି ବୟ । ଏହି ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ସୁଶାନ୍ତ କୁମାର ଦାସ । ତାଙ୍କ ଘର ମଙ୍ଗଳପୁରରେ ବୋଲି ଜଣାଯାଇଛି । ଦୁଇ ଗୁରୁତର ହେଲେ ପଦ୍ମପୁରର କବିନ୍ଦ୍ର ଦାସ ଓ ଫକୀରପୁରର ରଞ୍ଜନ କୁମାର ଶର୍ମା ।










