28.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶ୧୨୬ତମ ମନ୍ କି ବାତ୍‌

୧୨୬ତମ ମନ୍ କି ବାତ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ “ମନ୍ କି ବାତ୍‌”ର ୧୨୬ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଅଭିଭାଷଣ ସମୟରେ ସହିଦ ଭଗତ ସିଂ ଓ ଲତା ମଙ୍ଗେସକରଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ। ଅଭିଭାଷଣ ସମୟରେ ସେ କହିଛନ୍ତି ଯେ ଆଜି ଲତା ମଙ୍ଗେସକରଙ୍କ ଜନ୍ମବାର୍ଷିକୀ। ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତରେ ଆଗ୍ରହୀ ଯେକୌଣସି ବ୍ୟକ୍ତି ତାଙ୍କ ଗୀତ ଦ୍ୱାରା ପ୍ରଭାବିତ ନ ହୋଇ ରହିପାରିବେ ନାହିଁ। ତାଙ୍କ ଗୀତରେ ମାନବ ଭାବନାକୁ ଆକର୍ଷିତ କରୁଥିବା ସବୁକିଛି ରହିଛି। ଲତା ଦିଦିଙ୍କୁ ପ୍ରେରଣା ଦେଇଥିବା ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବୀର ସାଭରକର ଥିଲେ, ଯାହାଙ୍କୁ ସେ ତାତ୍ୟା ବୋଲି ଡାକୁଥିଲେ। ସେ ବୀର ସାଭରକରଙ୍କ ଅନେକ ଗୀତ ମଧ୍ୟ ଗାଇଥିଲେ। ସବୁ ରାକ୍ଷୀ ପୂର୍ଣ୍ଣିମାରେ ମୋ ପାଇଁ ଲତା ଦିଦି ରାକ୍ଷୀ ପଠାଉଥିଲେ।

ପ୍ରଧାନମନ୍ତ୍ରୀ ନାରୀଶକ୍ତି ଉପରେ କହିଛନ୍ତି ଯେ ସବୁ କ୍ଷେତ୍ରରେ ନାରୀଶକ୍ତି ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ଏଥି ସହିତ ନ୍ୟାଭିର ୨ ମହିଳା କମାଣ୍ଡରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ଝଡ଼ ତୋଫାନ ଭିତରେ କିପରି କାର୍ଯ୍ୟ ହୁଏ ପଚାରି ବୁଝିଲେ। ଧୈର୍ଯ୍ୟର ସହ କାମ କଲେ ମହିଳାଙ୍କ ପାଇଁ କିଛି ଅସାଧ୍ୟ ନୁହେଁ ବୋଲି କହିଛନ୍ତି ମୋଦି। ଦୀଲ୍‌ନା ଓ ରୁପାଙ୍କୁ ସାହସିକତା ପାଇଁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ। ସେ ଆହୁରି କହିଛନ୍ତି ଯେ କୋଲକାତାର ଦୁର୍ଗା ପୂଜା ୟୁନ୍‌ସ୍କୋର ତାଲିକାରେ ସାମିଲ ହୋଇଛି। ଛାଟ୍‌ ମହାପର୍ବକୁ ୟୁନ୍‌ସ୍କୋ ତାଲିକାରେ ସାମିଲ ପାଇଁ ଉଦ୍ୟମ ଚାଲିଛି। ପାଖେଇ ଆସୁଛି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ସମସ୍ତେ ସ୍ବଦେଶୀ ଆପଣାନ୍ତୁ। ଅତିକମ୍‌ରେ ଖଣ୍ଡେ ଖଦି ସାମଗ୍ରୀ କିଣି ସ୍ବଦେଶୀ ଯାତ୍ରାରେ ସାମିଲ ହୁଅନ୍ତୁ। ବିଜୟା ଦଶମୀର ଗୁରୁତ୍ବ ନେଇ ମଧ୍ୟ ବାର୍ତ୍ତା ଓ ପ୍ରେରଣା ଦେଲେ।

ଏହା ସହିତ ମୋଦି କହିଛନ୍ତି ଯେ ୧୯୨୫ରେ ଆଜିକୁ ଶହେ ବର୍ଷ ତଳେ ବିଜୟାଦଶମୀରେ ଆରଏସଏସର ଜନ୍ମ ହୋଇଥିଲା। ସେବା ଓ ତ୍ୟାଗର ଭାବନା ନେଇ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ପ୍ରଣାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଭୂପେନ ହଜାରିକାଙ୍କ ସଙ୍ଗୀତର ଅଡିଓ ଶୁଣାଇବା ସହ ଭୂରି ଭୂରି ପ୍ରଶଂସା କରିଛନ୍ତି। ଜିଏସଟି ସଞ୍ଚୟ ଉତ୍ସବରେ ଭୋକାଲ ଫର୍‌ ଲୋକାଲ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ପାର୍ବଣରେ ଯାହା ସ୍ବଦେଶରେ ତିଆରି ହୋଇଛି ତାହା କିଣାକିଣି କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଏଥି ସହିତ ଦୀପାବଳି ପାଇଁ ଶୁଭକାମନା ସହ ଆତ୍ମନିର୍ଭର ହେବାକୁ ଆହ୍ବାନ ଦେଇଛନ୍ତିଆଜିର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ସାଂସ୍କୃତିକ ଐତିହ୍ୟ, ସ୍ୱଦେଶୀ ଉତ୍ପାଦ ଗ୍ରହଣ, ନୌସେନାର ବୀରତ୍ୱ ଏବଂ ମହିଳାଙ୍କ ଶକ୍ତିର ପ୍ରଶଂସା କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking