19.1 C
Bhubaneswar
Sunday, February 8, 2026
Homeଓଡିଶାବନ୍ଧା ହେଲେ ୧୭ ଜୁଆଡି

ବନ୍ଧା ହେଲେ ୧୭ ଜୁଆଡି

ବ୍ରହ୍ମପୁର: ବ୍ରହ୍ମପୁରରୁ କେତେକ ଜଣାଶୁଣା ବ୍ୟବସାୟୀଙ୍କ ସମେତ ୧୭ ଜଣ ଜୁଆଡ଼ି ଗିରଫ ହୋଇଥିବାର ଖବର ମିଳିଛି। ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବି ଜବତ କରିଛି ପୁଲିସ୍।ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ବଜାର ଥାନା ପୁଲିସ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ସାହିରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡାରେ ଚଢ଼ାଉ କରି ୧୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଏକାଧିକ ନାମୀଦାମୀ ବ୍ୟବସାୟୀ ଓ ବୁକି ରହିଥିବା ଜଣାପଡିଛି। ଏହି ଚଢ଼ାଉରେ ଟାଉନ ଏସଡିପିଓ  , ବଡ଼ ବଜାର ଥାନା ଅଧିକାରୀ   ଓ ଅନ୍ୟାନ୍ୟ ପୁଲିସ ଅଫିସ କର୍ମଚାରୀ ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking