କନ୍ଧମାଳ: ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ଗତକାଲି ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଦମାଳ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । କଳିଙ୍ଗା ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ଭଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ ଯିବ କହିଲେ ଜିଲ୍ଲାପାଳ । ସୂଚନାଥାଉକି,କନ୍ଧମାଳ କଳିଙ୍ଗା ଘାଟିରେ ପୁଣି ଅଘଟଣ । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସିଲା ପଥର । ପ୍ରବଳ ବର୍ଷା ହେତୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି । ଗତ ସପ୍ତାହରେ ଭୂସ୍ଖଳନ ପରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ତେବେ ପୁଣି ଥରେ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସିବାରୁ ମରାମତି କାମ ଧୋଇଯାଇଛି । ନିର୍ମାଣ ପାଇଁ ବ୍ୟବହାର ହେଉଥିବା ପଥର, ବାଲି ଓ ଗୋଡ଼ି ମଧ୍ୟ ପୂରା ଧୋଇ ହୋଇଯାଇଛି । ଗତ ସପ୍ତାହରେ ମଧ୍ୟ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା ।










