35.1 C
Bhubaneswar
Saturday, May 9, 2026
Homeଓଡିଶାକଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ

କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ

ଭୁବନେଶ୍ୱର: କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କଲେ ବାଚସ୍ପତି ସୁରମା ପାଢୀ । କାଟ୍ ଖାଇଲା କଂଗ୍ରେସର ଅନାସ୍ଥା ପ୍ରସ୍ତାବ ।ମୋହନ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଥିଲା କଂଗ୍ରେସ । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଲଗାତାର ନାରାବାଜି, ହୋହଲ୍ଲା କରିଥିଲେ । ଅପରାହ୍ନରେ ଯଦିଓ ଗୃହ ସ୍ୱାଭାବିକ ହୋଇଥିଲା ସେହି ସମୟରେ ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । କିନ୍ତୁ ବାଚସ୍ପତି ଯେଉଁଭଳି ଭାବେ   ୧୮ ତାରିଖରେ ୧୨ଟା ୪୭ ମିନିଟରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହ  ଅନ୍ୟ ୧୪ ବିଧାୟକ  ବିଧାନସଭା ସଚିବଙ୍କୁ ଅନାସ୍ଥା  ନୋଟିସ ଦେଇଥିଲେ ଏବଂ ତାପରଦିନ  ନୋଟିସକୁ  ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିବା ବାଚସ୍ପତି କହିଥିଲେ । କିନ୍ତୁ ଗୃହ   ଲଗାତାର ଭାବରେ ବିରୋଧୀଙ୍କ  ହଙ୍ଗାମା, ହଟ୍ଟଗୋଳ  ଦ୍ୱାରା ସ୍ୱାଭାବିକ ଭାବରେ ଚାଲିପାରୁନଥିଲ।।  ଗୃହ ସ୍ୱାଭାବିକ ନଥିବାରୁ ଗୃହକୁ ଆସିପାରିନଥିଲା । ସଂସଦୀୟ ନିୟମ ଅନୁସାରେ , ବିଧାନସଭାରେ ଅଚଳ ଅବସ୍ଥା ଥିବାରୁ ଅନାସ୍ଥାର ସମୟ ଅବଧି  ସରିଯାଇଥିବାରୁ କଂଗ୍ରେସର ଅନାସ୍ଥା କାଟ ଖାଇଛି । କଂଗ୍ରେସର ଅନାସ୍ଥା ନୋଟିସ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି ସୁରମା ପାଢୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking