26.1 C
Bhubaneswar
Saturday, March 21, 2026
Homeଓଡିଶାଆଦିବାସୀ ଅଧିକାର ମଞ୍ଚ ତରଫରୁ ଚନ୍ଦକା ଆରଆଇ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଆଦିବାସୀ ଅଧିକାର ମଞ୍ଚ ତରଫରୁ ଚନ୍ଦକା ଆରଆଇ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/ଚନ୍ଦକା: ଓଡ଼ିଶା କୃଷକ ସଭା ଏବଂ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ତରଫରୁ ଚନ୍ଦକା ଆର୍‌.ଆଇ. ଅଫିସ୍ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇ ଦାବିପତ୍ର ପ୍ରଦାନ କରାଯାଇଛି । ଘରଡ଼ିହ ପଟ୍ଟା ନଥିବା ପରିବାରମାନଙ୍କୁ ଚିହ୍ନଟ କରି ୧୦ ଡ଼ିସିମିଲ ଘରଡ଼ିହ ପଟ୍ଟା ଦେବା, ଭୂମିହୀନ ପରିବାରମାନଙ୍କୁ ଏକ ଷ୍ଟାଣ୍ଡାର୍ଡ଼ ଏକର ଚାଷଜମି ଦିଆଯିବା, ଜଙ୍ଗଲ ଅଧିକାର ଆଇନ ଅନୁସାରେ ବ୍ୟକ୍ତିଗତ, ଗୋଷ୍ଠିଗତ, ଗୋଷ୍ଠି ସମ୍ବଳ ଅଧିକାର ପ୍ରଦାନ କରିବା, ଭାଗଚାଷୀଙ୍କ ଫସଲକୁ ମଣ୍ଡିରେ କ୍ରୟ କରାଯିବା, ଚାଷୀଙ୍କ ଫସଲ ଏବଂ କୃଷିର ସୁରକ୍ଷା ପାଇଁ ଗୃହପାଳିତ ପଶୁଙ୍କୁ ଜବଦ କରିବା ପାଇଁ କାଞ୍ଜିଆହୁଦା ନିର୍ମାଣ କରିବା ସହିତ ହାତୀ ତଥା ଜଙ୍ଗଲ ଜନ୍ତୁକୁ ଜବଦ କରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ ସୁବ୍ୟବସ୍ଥା କରାଯାଉ, ଡେରାସ, ଝୁମକା, କୁମାରଖୁଣ୍ଟି ଡ୍ୟାମର ଜଳସେଚିତ କେନାଲର ପୁନରୁଦ୍ଧାର କରାଯାଉ । ଚନ୍ଦକା ମେଣ୍ଢାଶାଳ ଡ଼ାକ୍ତରଖାନାରେ ଡ଼ାକ୍ତର ନିଯୁକ୍ତି ଏବଂ ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ କରାଯିବା, ଚନ୍ଦକା ମେଣ୍ଢାଶାଳ ଅଞ୍ଚଳକୁ ଆମ ବସ, ଲକ୍ଷ୍ମୀ ବସ୍ ଏବଂ ଟାଉନ ବସ୍ ବ୍ୟବସ୍ଥା କରିବା ପ୍ରମୁଖ ନଅ ଦଫା ସମ୍ବଳିତ ଏକ ଦାବିପତ୍ର ଚନ୍ଦକା ଆର୍‌.ଆଇ.ଙ୍କ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଭୁବନେଶ୍ୱର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପଟୁଆର ଏବଂ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ କମିଟି ସଭ୍ୟ ଅନନ୍ତ ମଙ୍ଗରାଜ, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଂପାଦକ ସାଲ ମାର୍ଣ୍ଡି, ଖୋର୍ଦ୍ଧା ଜିଲ୍ଲା ସଭାପତି ଚାମ୍ବୁରୁ ସୋରେନ, ସଂପାଦକ ରବିନ୍ଦ୍ର ଟୁଡ଼ୁ, କୃଷକ ସଭାର ହୁଦୁ ସିଂ, ବିକଳି ଦେହୁରୀ, ତପନ ଦେହୁରୀ, ବଳରାମ ବେହେରା, ଜୟନ୍ତ ଦାସ, ଲକ୍ଷ୍ମୀପ୍ରିୟା ରାଉଳ ପ୍ରମୁଖ ଯୋଗଦେଇ କହିଥିଲେ ଯେ, ଦାବି ପୂରଣ ନହେଲେ ଯୋରଦାର ଆନ୍ଦୋଳନ କରାଯିବ । ବିକ୍ଷୋଭ ପୂର୍ବରୁ ଚନ୍ଦକା ଡ଼ାକ ବଙ୍ଗଳା ଠାରୁ ଏକ ପଟୁଆର ବାହାରି ଚନ୍ଦକା ଆର୍‌.ଆଇ. ଅଫିସ୍‌ଠାରେ ପହଞ୍ôଚଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking