14.1 C
Bhubaneswar
Sunday, December 7, 2025
Homeଓଡିଶାସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଆହୁରି ସଶକ୍ତ କରିବ ୪ଟି ବୁଝାମଣାପତ୍ର : ଉପ-ମୁଖ୍ୟମନ୍ତ୍ରୀ

ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଆହୁରି ସଶକ୍ତ କରିବ ୪ଟି ବୁଝାମଣାପତ୍ର : ଉପ-ମୁଖ୍ୟମନ୍ତ୍ରୀ

ବନେଶ୍ଵର: ଆଜି ୧ ଲକ୍ଷ ୬୩ ହଜାର ୭୫୭ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଋଣ ଫେରସ୍ତ ବାବଦକୁ ୧୧୦ କୋଟି ୯୭ ଲକ୍ଷ ୫୮ ହଜାର ୮୬୦ ଟଙ୍କା ଆର୍ଥିକ ଅନୁଦାନ ପ୍ରେରଣ କରାଯିବ ସହ ମିଶନ ଶକ୍ତି ବିଭାଗ ସହ FICSI, TSSC, GJSCI and NCWର ୪ଟି ବୁଝାମଣା ପତ୍ର ସ୍ଵାକ୍ଷର ସ୍ଵୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକୁ ଆହୁରି ପ୍ରୋତ୍ସାହନ ଯୋଗାଇବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ମିଶନ ଶକ୍ତି ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ।

ଏହି ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ତୃଣମୂଳସ୍ତରରେ ମହିଳା ନେତୃତ୍ଵାଧୀନ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତି ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଓଡ଼ିଶା ଆଦିବାସୀଙ୍କର ନିଆରା ପାରମ୍ପରିକ କଳା ଓ କୌଶଳ ଉପରେ ଗୁରୁତ୍ଵ ଦେବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଓଡ଼ିଶାରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ମିଶନ ଶକ୍ତି ବିଭାଗ, Food Industry Capacity and Skill Initiative (FICSI) ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ଏହା କାର୍ଯ୍ୟକ୍ରମ ମାଧ୍ୟମରେ ୧୦ ହଜାର ସ୍ଵୟଂ-ସହାୟକ ଗୋଷ୍ଠୀଙ୍କୁ ଫଳରସ ପ୍ରକ୍ରିୟାକରଣ (fruit pulp processing), ମସଲା ପ୍ରକ୍ରିୟାକରଣ (spice processing), ତୈଳ ପ୍ରସ୍ତୁତିକରଣ (oil extraction), ବହୁବିଧ କୌଶଳ କାରିଗରୀ (multi skill technician), ଫଳ ଓ ପନିପରିବା ନିର୍ଜଳୀକରଣ (fruit and vegetable dehydration)ର ଆବାସିକ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ପୁନଶ୍ଚ, ମିଶନ ଶକ୍ତି ବିଭାଗ Telecom Sector Skill Council (TSSC) ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ପ୍ରୟୋଗାତ୍ମକ ପ୍ରକଳ୍ପ (Pilot project) ମାଧ୍ୟମରେ ପ୍ରଥମେ କଟକ ଜିଲ୍ଲାର ୩୦ଟି ଗ୍ରାମ ପଞ୍ଚାୟତରେ ୬୦ ଜଣ ମହିଳାଙ୍କୁ ମୋବାଇଲ ହାଣ୍ଡସେଟ ମରାମତି କାର୍ଯ୍ୟ ବିଷୟରେ ପ୍ରଶିକ୍ଷଣ ଦିଆଯିବ । ତୃଣମୂଳସ୍ତରରେ ଗ୍ରାମ ପଞ୍ଚାୟତରେ ମହିଳାମାନଙ୍କ ନେତୃତ୍ୱରେ ଅଣୁ ଉଦ୍ୟୋଗ (Micro Enterprises) ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଏହି ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ ଆମେ ଏହାକୁ ସମଗ୍ର ରାଜ୍ୟରେ ଲାଗୁ କରାଯିବ । ମିଶନ ଶକ୍ତି ବିଭାଗ Gem and Jewellery Skill Council of India (GJSCI) ଏକ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ୧୪୪୦ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା silver filigree(ତାରକସି) ନିର୍ମାଣ କଳାରେ ପ୍ରଶିକ୍ଷିତ କରାଯିବ ସହ e-commerce ସାଇଟ ଓ ବଜାରର ସଂଯୋଗ କରାଯିବ ।

ମିଶନ ଶକ୍ତି ବିଭାଗ ଆଜି ଜାତୀୟ ମହିଳା ଆୟୋଗଙ୍କ ସହିତ ଆତ୍ମରକ୍ଷା କୌଶଳ (Self Defense) ପ୍ରଶିକ୍ଷଣ ପାଇଁ ଏକ ବୁଝାମଣା ପତ୍ର ସ୍ଵାକ୍ଷର କରିଅଛନ୍ତି । ପ୍ରୟୋଗାତ୍ମକ ଭାବରେ ରାଜ୍ୟର ୫ଟି ଜିଲ୍ଲାରେ ୧୮- ୪୦ ବୟସର ସମସ୍ତ ସ୍ଵୟଂ-ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ । ମହିଳାମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିବା ସହ ମହିଳା ସୁରକ୍ଷା ପ୍ରତି ସଚେତନତା ଓ ଗୋଷ୍ଠୀ ଏକତାକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ କୋକାକୋଲା ବେଭେରେଜେସ ପ୍ରାଇଭେଟ ଲିମିଟେଡ(ଏଚସିସିବି) ନିଜର ସିଏସଆର ଜରିଆରେ ସୁଭଦ୍ରା ଶକ୍ତି କାଫେକୁ ଟ୍ରାନ୍ସପାରେଣ୍ଟ ଡୋର ଥିବା ଫ୍ରିଜ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଭାଗୀୟ ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ଜାତୀୟ ମହିଳା ଆୟୋଗଙ୍କ ଉପ-ସଚିବ ଶ୍ରୀମତୀ ଶିବାନୀ ଦେ, Gem and Jewellery Skill Council of India (GJSCI) ପ୍ରତିନିଧି ଶ୍ରୀ ରାଜୀବ ଗର୍ଗ, Telecom Sector Skill Council (TSSC) ପ୍ରତିନିଧି ଧ୍ୟାନ ଶ୍ରୀ ଭଟ୍ଟାଚାର୍ଜି, FICSI ପ୍ରତିନିଧି ଶ୍ରୀ ତରୁଣ ପରିହାର ଓ କୋକା କୋଲା କମ୍ପାନୀର ସୁଶ୍ରୀ ଶ୍ଵେତା ପୁନେଥା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking