21.1 C
Bhubaneswar
Friday, February 27, 2026
Homeଦେଶ ବିଦେଶକନ୍ୟାଶ୍ରମରୁ ଝୁଲନ୍ତା ମୃତଦେହ ଉଦ୍ଧାର

କନ୍ୟାଶ୍ରମରୁ ଝୁଲନ୍ତା ମୃତଦେହ ଉଦ୍ଧାର

କେରଳ: କେରଳରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରଙ୍କ ଘଟଣାଏକ କନ୍ୟାଶ୍ରମରୁ ଜଣେ ନନ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛିସୂଚନା ଅନୁସାରେ, କେରଳର କୋଲ୍ଲମ ସହରର ଏକ କନ୍ୟାଶ୍ରମରେ ଜଣେ ୩୩ ବର୍ଷୀୟ ନନ୍‌ଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଛି। ପୋଲିସ ଏହାକୁ ଆତ୍ମହତ୍ୟା ମାମଲା ଭାବରେ ବିଚାର କରୁଛି। ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି। ତାମିଲନାଡୁର ଏହି ନନ୍ ତାଙ୍କ କୋଠରୀରେ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋଲ୍ଲମ ପୂର୍ବ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ନନ୍‌ଙ୍କ କୋଠରୀରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି। ନୋଟରେ କେବଳ ଲେଖାଯାଇଛି ଯେ ସେ ମାନସିକ ସମସ୍ୟାରେ ପୀଡିତ ଥିଲେ। ପୋଲିସ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking