21.1 C
Bhubaneswar
Friday, February 6, 2026
Homeଓଡିଶାଟିଏସଡିପିଏଲ କଳିଙ୍ଗନଗର ପ୍ଲାଣ୍ଟ, ସିଆଇଆଇ ପୂର୍ବାଞ୍ଚଳ ଶାଖା ଦ୍ୱାରା ଓଡିଶା ଏସଏଚଇ ଏକ୍ସେଲେନ୍ସ ଆୱାର୍ଡରେ ସମ୍ମାନିତ

ଟିଏସଡିପିଏଲ କଳିଙ୍ଗନଗର ପ୍ଲାଣ୍ଟ, ସିଆଇଆଇ ପୂର୍ବାଞ୍ଚଳ ଶାଖା ଦ୍ୱାରା ଓଡିଶା ଏସଏଚଇ ଏକ୍ସେଲେନ୍ସ ଆୱାର୍ଡରେ ସମ୍ମାନିତ

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗରଇସ୍ପାତ ହପ ରେ ଥିବା, ଟାଟା ଷ୍ଟିଲ ଡାଉନଷ୍ଟ୍ରିମ୍ ପ୍ରୋଡକ୍ଟସ୍ ଲିମିଟେଡ୍‌ (ଟିଏସଡିପିଏଲ)ର କଳିଙ୍ଗନଗର ପ୍ଲାଣ୍ଟକୁ ୨୦୨୪-୨୫ ବର୍ଷ ପାଇଁ ଓଡିଶାର ମଧ୍ୟମ-ସ୍ତରୀୟ ଉତ୍ପାଦନ କ୍ଷେତ୍ରରେ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ (ଏସଏଚଇ) ଏକ୍ସେଲେନ୍ସ ଆୱାର୍ଡର ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା କଲକାତାରେ ଅନୁଷ୍ଠିତ ସେଫ୍ଟି ସିମ୍ପୋଜିଅମ୍ ଏବଂ ଏକ୍ସପୋଜିସନ୍‌ରେ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ପୂର୍ବାଞ୍ଚଳ ଶାଖା ଦ୍ୱାରା ପ୍ରଦାନ କରାଯାଇଥିଲା। ଚିଫ୍, ଟିଏସଡିପିଏଲ୍ କଳିଙ୍ଗନଗର, ରାଜେଶ ଚୌଧୁରୀ ଏହି ପୁରସ୍କାରଟି ଗ୍ରହଣ କରିଥିଲେ । ଶ୍ୟାମ ମାଇନିଙ୍ଗ୍ ଗ୍ରୁପ୍‌ର ପରାମର୍ଶଦାତା ଏବଂ ସିଆଇଆଇ ସିନିଅର୍ ଏକ୍ସେକ୍ୟୁଟିଭ୍ ଲୋକେଶ ରାୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏଥିରେ ଟାଟା ଷ୍ଟିଲର ସେଫ୍ଟି, ହେଲ୍ଥ୍ ଏବଂ ସଷ୍ଟେନିବିଲିଟିର ଉପାଧ୍ୟକ୍ଷ ଏବଂ ସିଆଇଆଇ ପୂର୍ବାଞ୍ଚଳ ସେଫ୍ଟି ସବ୍‌କମିଟିର ଅଧ୍ୟକ୍ଷ ରାଜୀବ ମଙ୍ଗଳ ମଧ୍ୟ ଉପସ୍ଥିତରେ ଏହା ପ୍ରଦାନ କରାଯାଇଥିଲା।

ଏହି ସମ୍ମାନଟି ଟିଏସଡିପିଏଲର କାର୍ଯ୍ୟକାରୀ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ କର୍ମଚାରୀଙ୍କ କଲ୍ୟାଣ ପ୍ରତି ଦୃଢ଼ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି । ୧୦୦ରୁ ଅଧିକ କମ୍ପାନୀ ଏହି ପୁରସ୍କାର ସମାରୋହରେ ଭାଗ ନେଇଥିଲେ, ଟିଏସଡିପିଏଲ୍ ର ଶୀର୍ଷ ସ୍ଥାନ ଏହାର ଅନୁକରଣୀୟ ଏସଏଚଇ ଅଭ୍ୟାସ ଏବଂ ନିରନ୍ତର ବିକାଶ ସଂସ୍କୃତିର ପ୍ରମାଣ ଅଟେ। ଏହି ଅବସରରେ ଟିଏସଡିପିଏଲ୍ କଳିଙ୍ଗନଗର ର ମୁଖ୍ୟ ଶ୍ରୀ ରାଜେଶ ଚୌଧୁରୀ କହିଛନ୍ତି, ଯେ “ଏହି ସମ୍ମାନ ଏକ ସୁରକ୍ଷିତ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟସ୍ଥଳୀ ସୃଷ୍ଟି କରିବା ପାଇଁ ଆମ ଦଳର ସମର୍ପଣ ଭାବକୁ ପ୍ରତିଫଳିତ କରେ। ଆମେ ଶିଳ୍ପ ମଧ୍ୟରେ ଏସଏଚଇ ଉତ୍କୃଷ୍ଟତାରେ ନୂତନ ମାନଦଣ୍ଡ ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରୟାସରତ ରହିବୁ।”

ଟିଏସଡିପିଏଲ୍ ଏହି ସମ୍ମାନ ପାଇଁ ସିଆଇଆଇ ପୂର୍ବାଞ୍ଚଳ ଶାଖାକୁ କୃତଜ୍ଞତା ଜଣାଇଛି ଏବଂ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତାର ଉଚ୍ଚତମ ମାନଦଣ୍ଡ ବଜାୟ ରଖିବା ପାଇଁ ଏହାର ପ୍ରତିଶ୍ରୁତି ରକ୍ଷା କରିଛି। ଟାଟା ଷ୍ଟିଲ ଡାଉନଷ୍ଟ୍ରିମ୍ ପ୍ରୋଡକ୍ଟସ୍ ଲିମିଟେଡ୍‌ (ଟିଏସଡିପିଏଲ୍), ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା, ଷ୍ଟିଲ ସର୍ଭିସ୍ ସେଣ୍ଟର ଭାବରେ କାର୍ଯ୍ୟ କରିବା ପାଇଁ ସ୍ଥାପିତ ହୋଇଥିଲା। ଏହାର କଳିଙ୍ଗନଗର ପ୍ଲାଣ୍ଟର କ୍ଷମତା ୧ ମିଲିୟନ୍ ଟନ୍ ପ୍ରତି ବର୍ଷ (ଏମଟିପିଏ) ଅଟେ, ଯାହା କଏଲ୍କୁ ସ୍ଲିଟ୍ କଏଲ୍ ଏବଂ କଟ-ଟୁ-ଲେଂଥ୍ ଷ୍ଟ୍ରିପ୍ ରୂପେ ପ୍ରକ୍ରିୟାକରଣ କରିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking