ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ନିଯୁକ୍ତି ପାଇଁ ଝାରସୁଗୁଡା ଆସିଥିବା ନେପାଳି ଯୁବକଙ୍କ ମୃତ୍ୟୁ ଘଟିଛି । ଓଏସଏପି ୨ୟ ବାଟାଲିୟନ ପରୀକ୍ଷା ପାଇଁ ଅଭ୍ୟାସ ବେଳେ ହଠାତ୍ ଟଳି ପଡିଲେ ଯୁବକ । ରିଜର୍ଭ ପୋଲିସ ପଡିଆରେ ଅଭ୍ୟାସ କରୁଥିବା ବେଳେ ଏହି ଅଘଟଣ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରୁ ପୋଲିସ ମୃତଦେହକୁ ହେପାଜତକୁ ନେଇ ମୃତ୍ୟୁର କାରଣ ତଦନ୍ତ କରୁଛି ।









