ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତନ କରିବାର କ୍ଷମତା ଆମର ଅଛି । କଳ୍ପନା ଏକ ମାଂସପେଶୀ ଭଳି ଅଟେ । ଆମେ ଯେତେ ଏହାକୁ ଅଧିକ ବ୍ୟବହାର କରିବା, ସେ ସେତେ ଅଧିକ ଶକ୍ତିଶାଳୀ ହେବ ।
ଯାହା ପାଖରେ ସମ୍ପର୍କର ଗୁରୁତ୍ୱ ବେଶି, ସେ କେବେବି ରାଗ କରି ବେସି ସମୟ ରହି ପାରେ ନାହିଁ ।
ବିବାହ ରିଙ୍ଗ ଆମ ବିପରୀତ ହାତର ତୃତୀୟ ଆଙ୍ଗୁଠିରେ ପିନ୍ଧାଯାଏ କାରଣ ଏହା ହେଉଛି ଏକମାତ୍ର ଆଙ୍ଗୁଠି ଯାହାର ଶିରା ହୃଦୟ ସହିତ ସିଧାସଳଖ ସଂଯୁକ୍ତ ହୋଇଥାଏ ।
ମୁସ୍କିଲ ରେ ବି ଯାହାର ଗୋଟିଏ ଝଲକ ଦେଖିବାକୁ ମିଳେ ନାହିଁ ସିଏ ହିଁ ଆମ ଜୀବନରେ ଖାସ୍ ବ୍ୟକ୍ତି ହୋଇଥାଏ ।
ହସିବାକୁ ଭୁଲିଯାଇଥିବା ପ୍ରତ୍ୟେକ ମଣିଷର ଭୁଲିପାରୁ ନ ଥିବା ଜଣେ Secret ମଣିଷ ଥାଏ, ଯିଏ କି ସେ ଅତି ନିଜର ହୋଇଥାଏ
ଜୀବନ ଅଛି ତ ସମସ୍ୟା ବି ଅଛି, ସମସ୍ୟା ପାଇଁ ବାଟ ବି ଅଛି….
ନିଜକୁ ଦୁଃଖୀ କରିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ….
ତେଣୁ
ହସି ହସି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ, ଜୀବନରେ ବଞ୍ଚିବାକୁ ପଡ଼ିବ….
ଏକ ମଜଭୁତ ବନ୍ଧୁତା ପାଇଁ ପ୍ରତିଦିନ କଥାବାର୍ତା କିମ୍ବା ଏକାଠି ରହିବାର ଆବଶ୍ୟକତା ନାହିଁ । ଯେ ପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ ଜୀବନ୍ତ ରହିବ, ପ୍ରକୃତ ବନ୍ଧୁ କେବେହେଲେ ଅଲଗା ହେବେ ନାହିଁ ।
ନିଜର ଦକ୍ଷତା ଆପଣଙ୍କୁ ଶୀର୍ଷରେ ପହଞ୍ଚେଇପାରେ, କିନ୍ତୁ ସେଠାରେ ରହିବାକୁ ହେଲେ ଏକ ଭଲ ଚରିତ୍ର ର ଆବଶ୍ୟକତା ରହିଛି ।
ଅର୍ଥ ମଣିଷର ଅବସ୍ଥିତି ପରିବର୍ତ୍ତନ କରିପାରିଲେ ମଧ୍ୟ କେବେହେଲେ ନିଜର ସ୍ଵଭାଵ କୁ ପରିବର୍ତ୍ତନ କରି ପାରେନା ।
ସମ୍ପର୍କ କଥାରୁ ସୃଷ୍ଟି ହୁଏନାହିଁ ହୃଦୟରୁ ହୋଇଥାଏ ।
କିଛି ଲୋକ ଅନେକ କଥା କୁହନ୍ତି କିନ୍ତୁ ନିଜର ହୁଅନ୍ତିନି।
ଆଉ କିଛି ଲୋକ ଚୁପ ରହି ମଧ୍ୟ ନିଜର ହୋଇଯାନ୍ତି ।
ସାଙ୍ଗ ଔଷଧ ଠୁ ବି ଭଲ ହୋଇଥାଏ କାହିଁକି ନା
ଭଲ ସାଙ୍ଗ ର କେବେ Expiry Date ହିଁ ନଥାଏ
ଅଦ୍ୟ ସେପ୍ଟେମ୍ବର ମାସ ୧୪ ତାରିଖ ୨୦୨୫ ମସିହା (ରବିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨
ଦିଲ୍ଲୀସ୍ୱରାଦ୍ଧ-୧୪୩୩
ସମ୍ବତ୍ସର-ସିଦ୍ଧାର୍ଥ
ଆଶ୍ୱିନମାସ- କୃଷ୍ଣପକ୍ଷ
ତିଥି- ଅଷ୍ଟମୀ ରାତ୍ରି ଘ୦୩/୩୫ ଗତେ ନବମୀ
ନକ୍ଷତ୍ର- ରୋହିଣୀ ଦିବା ଘ୦୮/୪୪ ଗତେ ମୃର୍ଗଶିରା
ଚନ୍ଦ୍ର- ବୃଷ ରାତ୍ରି ଘ୦୯/୧୨ ଗତେ ମିଥୁନ
ଯୋଗ- ବଜ୍ର
କରଣ – ବାଳବ
ସୌରମାସ- ସିଂହ ୨୯ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୦୭
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୭/୪୯
*✧═════•❁❀
ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୩/୩୬ ଗତେ ପୂର୍ବେ
ବିଛା ରାଶି ର ଘାତଚନ୍ଦ୍ର
ମେଷ ରାଶିର ଘାତବାର
ଅଷ୍ଟମୀ ର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ
✧═════•❁❀❁•═══
କାଳବେଳା ଓ ବାରବେଳା- ଦିବା ଘ୧୦/୧୨ ଗତେ ଘ୦୧/୧୫ ମଧ୍ୟେ
*══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୬/୨୫ ଗତେ ଘ୦୯/୩୮ ମଧ୍ୟେ ଓ ରାତ୍ରି ଘ ୦୭/୨୨ ଗତେ ଘ୦୯/୦୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ ୦୬/୨୪ ମଧ୍ୟେ ଓ ରାତ୍ରି ଘ ୦୬/୩୩ ଗତେ ଘ୦୭/୨୧ମଧ୍ୟେ
═✧══•❁❀❁•═════✧
ଅଦ୍ୟ ନଡ଼ିଆଭକ୍ଷଣ ନିଷେଧ
ଆଜିର ରାଶିଫଳ ✧═════•❁❀❁•═════
ମେଷ
-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
✧═════•❁❀❁•═════
ବୃଷ
ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।
✧═════•❁❀❁•═════
ମିଥୁନ
-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
✧═════•❁❀❁•═════
କର୍କଟ–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
✧═════•❁❀❁•═════
ସିଂହ
ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
✧═════•❁❀❁•═════
କନ୍ୟା
– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
✧═════•❁❀❁•═════
ତୁଳା
–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
✧═════•❁❀❁•═════
ବିଛା
–ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
✧═════•❁❀❁•═════
ଧନୁ
ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
✧═════•❁❀❁•═════
ମକର
ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ଯୟ ଯୋଗ ରହିଛି।
✧═════•❁❀❁•═════
କୁମ୍ଭ
–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
✧═════•❁❀❁•═════✧
ମୀନ
–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।










