ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ମିଳିଛି ଏକ ଦୁଃଖଦ ଖବର । ଘରୋଇ ଆଇଟିଆଇ କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବସ୍ତା ଥାନା ନଳବାହାର ସ୍ଥିତ ଆଇଟିଆଇ କଲେଜ୍ରୁ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










